STORYMIRROR

Ajit Kumar Raut

Tragedy Action Inspirational

4  

Ajit Kumar Raut

Tragedy Action Inspirational

ସବୁ କିଛି ବଦଳି ଗଲା

ସବୁ କିଛି ବଦଳି ଗଲା

1 min
186


ଭୟାଭୟ ସ୍ଥିତି ହାହାକାର ରାବ୍


ଜନ ଶୂନ୍ୟ ଭୂମି ହେଲା,


କରୋନା ରୋଗଟି ଯନ୍ତ୍ରଣା ହିଁ ଦେଲା


ବୁଦ୍ଧି ଶୂନ୍ୟ ହୋଇ ଗଲା।୧।


ଯାତାୟାତ ନାହିଁ ବନ୍ଧୁଙ୍କର ଘର


ବନ୍ଧୁ ଆଗମନ ନାହିଁ,


ସମସ୍ତେ ନିରବେ ଘରରେ ରହିଲେ


ଚିନ୍ତି ଚିନ୍ତି ପ୍ରଭୁ ଯହିଁ।୨।


ଲୋକ ଗହଳିକୁ ଯିବା ବନ୍ଦ ହେଲା


ସ୍କୁଲ କଲେଜର ବନ୍ଦ,


ଧାର୍ମିକ ଅନୁଷ୍ଠାନ ବନ୍ଦ ହୋଇ ଗଲା


ମନ୍ଦିର ହୋଇଲା ବନ୍ଦ।୩।


ସିନେମା ଘର ବନ୍ଦ ହୋଇ ଗଲା


ହୋଇଲା ହଟେଲ ବନ୍ଦ,


ଜନମାର୍ଗ ହେଲା ଲୋକଶୂନ୍ୟ ପୁଣି


ପ୍ରତିଯୋଗିତାର ବନ୍ଦ।୪।


ସାଂସାରିକ କାର୍ଯ୍ୟ ବନ୍ଦ ହୋଇ ଗଲା


ବିଭାଘର ହେଲା ବନ୍ଦ,


ଶ୍ରାଦ୍ଧ ଘର କାର୍ଯ୍ୟ ହେଲା ଲୋକାଶୂନ୍ୟ


ଆଗମନ ହେଲା ବନ୍ଦ।୫।


ଆବଶ୍ୟକ ହେଲା ଘରରେ ରହିବା


ମାସ୍କବିନ୍ଧା ପ୍ରଯୋଜକ,


ଆବଶ୍ୟକ ହେଲା ହାତ ଧୁଆ କାର୍ଯ୍ୟ


ଦୂରତାର ପ୍ରଯୋଜକ।୬।


ଗାଆଁର ଦାଣ୍ଡରେ ବୁଲା ପ୍ରତିବନ୍ଧ


ସମ୍ପର୍କ ତୂଟିଲା ସବୁ,


ଭାଗ୍ୟକୁ ଆଦରି ରହିଲେ ଘରରେ


ସ୍ବାମୀ ସ୍ତ୍ରୀ ଛୁଆ ହିଁ ସବୁ।୭।


ଲକ୍ ଅପ୍ କର ସମ୍ପୂର୍ଣ୍ଣ ଦେଶରେ


ପ୍ରଧାନମନ୍ତ୍ରୀ ଆହ୍ବାନେ,


ସବୁ ଆବଶ୍ୟକ ପୂରଣ କରିଲେ


ରାଷ୍ଟ୍ର ହିତ ରଖି ମନେ।୮।


ନୂଆ କଳେବର ହେଉ ଅଛି ରାଷ୍ଟ୍ର


ସମସ୍ୟା ହେଉଛି ଦୂର,


ନୂଆ ଇତିହାସ କଳ୍ପିତ ହେଉଛି


କରୋନା ହେଉଛି ଦୂର।୯।


ଭୟାଭୟ ସ୍ଥିତି ହାହାକାର ରାବ୍


ଜନଶୂନ୍ୟ ଭୂମି ହେଲା,


କରୋନା ରୋଗଟି ଯନ୍ତ୍ରଣା ହିଁ ଦେଲା


ବୁଦ୍ଧି ଶୂନ୍ୟ ହୋଇ ଗଲା।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy