STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

କ୍ଷମାହେଉ ପ୍ରଭୁ

କ୍ଷମାହେଉ ପ୍ରଭୁ

1 min
184


ତୁମରି କରୁଣା ହେ ଏନ୍ତୁଡ଼ିଶାଳରୁ

ଡ଼ାକିନିଅ ତୁମେ ଶେଷେ ମଶାଣି

ମଣିଷ ଜନମ ଦେଇଛ ବୋଲିତ

ପାପୀ ବି ତୁମକୁ ଭୁଲିପାରେନି ।


ତୁମରି ଲୀଳା ହେ ଜାଣିଛ ତୁମେ

ତୁମେ ହିଁ ସର୍ବଶ୍ରେଷ୍ଠ ସର୍ବଜ୍ଞାନୀ

କଳିକାଳ ବୋଲି ସମସ୍ତେ କୁହନ୍ତି

ତୁମେ କ'ଣ ତେବେ ଅଟ ନିରର୍ଥକ ।


ଭୁତାଣୁ ସାମାନ୍ଯ ଧ୍ୱଂସିଲା ଜଗତ

ପଡ଼ିଯିବ ସତେ ତୁମରି ସେ ଟେକ

କ୍ଷମାମୟ ବୋଲି ତୁମ ନାମଥାଉ

ଭୁଲ୍ ଥିଲେ ଆମ ପ୍ରଭୁ କ୍ଷମାହେଉ ।


ଆଉ ଛଟପଟ କରନାହିଁ ନାଥ

କୋଳ ଆଉ ତୁମେ ଖାଲି କରନି

ଭାସେ ପରିବାର ଆଉ ସଂସାର

ସଧବା ସିନ୍ଦୁର ଆଉ ପୋଛି ଦିଅନି ।


ଭେଣ୍ଡିଆ ପୁଅକୁ ହରାଇ ମାଆଟେ

ତୁମ ମନ୍ଦିରକୁ ହେ ଯିବ କେମିତି

ବିଶ୍ୱାସ ଭାଙ୍ଗିଲେ ଭରସା ତୁଟିଲେ 

ନା ରହିବେ ଭକ୍ତ ନା ଥିବ ଭକତି ।


ଯେତିକି ପରାଣ ଗଲାଣି ଯଥେଷ୍ଠ

ଆଉ କା ଜୀବନ ଯମ ନନେଉ

ଦୟାମୟ ତୁମେ ହୁଅନି ନିର୍ଦୟ

କ୍ଷମାହେଉ ପ୍ରଭୁ ହେ କ୍ଷମାହେଉ ।


Rate this content
Log in

Similar oriya poem from Abstract