Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Action Inspirational

4  

Gitanjali Pujapanda

Action Inspirational

କରୋନା ଠାରୁ ଆମେ ଜିତିବା

କରୋନା ଠାରୁ ଆମେ ଜିତିବା

1 min
214



କରୋନା ଠାରୁ  ଆମେ  ଜିତିବା  

ଟୀକାକରଣ ସହିତ ମାସ୍କକୁ ମୁହଁରେ ମାରି।

ସାନିଟାଇଜର ଓ ଦୂରତାକୁ ଧ୍ୟାନରେ ରଖି,

ଜୀବନ ବଞ୍ଚିବା ଯିବା ଆମେ ଶିଖି ।

ଜୀବନ ରେ ଏସବୁ ନିୟମ କୁ ରଖିବା 

କରୋନା ଠାରୁ ଆମେ ଜିତିବା।

କେତେ ନିରୀହ ଙ୍କର ପ୍ରାଣ ଗଲାଣି 

କରୋନା ଆଉ ରୋଗ ନ ରହି ମହାମାରୀର

ରୂପ ନେଲାଣି ।

ପ୍ରଥମ ,ପରେ ଦ୍ୱିତୀୟ ଏବେ ତୃତୀୟ 

ଲହରୀ ର ସଂକେତ ଦେଲାଣି।

ଟିକେ ସାବଧାନ ହୋଇଲେ ଜୀବନ ଟିକୁ 

ସୁରକ୍ଷିତ କରିପାରିବା କରୋନା ଠାରୁ ଆମେ ଜିତିବା ।

ସାବଧାନ ରହିବା ସତର୍କତା କୁ ଆପଣେଇବା 

ଜୀବନ କୁ ସୁରକ୍ଷିତ କରିବା କରୋନା ଠାରୁ ଆମେ ଜିତିବା ।

ସବୁରି ମୁହଁ ରେ ହସ ଖେଳିବ କରୋନା ର 

ଅନ୍ତ ହେବ ଯଦି ଆମେ ଏସବୁ ନିୟମ କୁ ମାନିବା।

କରୋନା ଠାରୁ ଆମେ ଜିତିବା ।

ସ୍ୱାସ୍ଥ୍ୟ ଅଟଇ ଅମୂଲ୍ୟ ସମ୍ପଦ ସେ ସମ୍ପଦ ର 

ହିଫାଜତ ଆମ ଦାଇତ୍ୱ ନେଇ ସଂକଳ୍ପ ତାକୁ ପାଳିବା 

ତା" ହେଲେ ଯାଇ କରୋନା ଠାରୁ ଆମେ ଜିତିବା ।

ପୁରୁଣା ହସ ଫେରିବ ପୁରୁଣା ଖୁଶି ସବୁରି 

ମୁହଁ ରୁ ଝରିବ ପୁଣି ଦେଶ ହସିବ ପୁଣି ଆମେ ହସିବା

କରୋନା ମହାମାରୀ କୁ ହରାଇ ଆମେ ଜିତିବା ।



Rate this content
Log in

Similar oriya poem from Action