କାଶ୍ମୀରୀ ସୌନ୍ଦର୍ଯ୍ୟ
କାଶ୍ମୀରୀ ସୌନ୍ଦର୍ଯ୍ୟ
କାଶ୍ମୀରୀ ସୌନ୍ଦର୍ଯ୍ୟ ମନ ମୁଗ୍ଧକର
ହିମାଳୟ ନାମେଖ୍ୟାତ
ଭାରତ ମାତାର ସୁନାର ମୁକୁଟ
ସାରା ବିଶ୍ବରେ ବିଖ୍ୟାତ ।
ପରବତ ରାଜ ହିମାଳୟ ଗିରୀ
ସରଗ ସୁଷମା ଧରି ରଖିଛୁ
ସୁହାଗ ସରଧା ବଢ଼ାଇବା ପାଇଁ
ହିମାଳୟ ପାଦେ ବିରାଜି ଅଛୁ
କାଶ୍ମୀରୀ ର ମାଟି ଖାଣ୍ଟି ସୁନା ଅଟେ
ଛୁଇଁବାକୁ ଦେବୁ ନାହିଁ
ଭାରତ ମାତାର ଶିର ଯେ ଅଟଇ
ଏ କଥା ଭୁଲିବା ନାହିଁ ।
ପୃଥିବୀର ସ୍ବର୍ଗ ଅଟଇ କାଶ୍ମୀର
ସେହି ତ ପବିତ୍ର ସ୍ଥାନ
ଲାଗି ରହିଥାଉ ସବୁବେଳେ
ଏହି ମୋର ମନ ପ୍ରାଣ
ଭାରତ ମାତାର ସମ୍ମାନ ପାଇଁ କି
ରଖିବୁ ଦେଶର ମାନ
ହିମାଳୟ ଗିରି ସେଠି ଅବସ୍ଥିତ
ବଢାଏ ଦେଶର ମାନ
ଭାରତ ର ଆମେ ଅସଂଖ୍ୟ ଶିଶୁ
ନୁହେଁ କେହି ଭିନ୍ନ ଭିନ୍ନ
କାଶ୍ମୀରୀ ସୀମାରେ ଜଗି ରହିଛନ୍ତି
ଭାରତର ବୀର ସୈନ୍ୟ ।
