STORYMIRROR

Sabita Nayak

Action Classics

4  

Sabita Nayak

Action Classics

ହେ ଜଗନ୍ନାଥ ରକ୍ଷା କର

ହେ ଜଗନ୍ନାଥ ରକ୍ଷା କର

1 min
210


ହେ ଜଗନ୍ନାଥ ହେ ଜଗନ୍ନାଥ 

ହେ ଜଗନ୍ନାଥ ହେ ଜଗନ୍ନାଥ 

କରୁଣାର ହାତ ଆଜିକି ନାହିଁହେ

କରୋନା କରୁଛି ବଡଖେଳ ।

ହେ ଜଗନ୍ନାଥ ହେ ଜଗନ୍ନାଥ (2)

ମାଆ ଚାଲିଯାଏ ଛୁଆର ଆଗରେ (2)

ଇୟେକି ବିଚିତ୍ର ଖେଳ ତୁମ ।

ହେ ଜଗନ୍ନାଥ ହେ ଜଗନ୍ନାଥ (2)

ସାରାବିଶ୍ୱ ଆଜି ଭାରି ଅସ୍ତବ୍ୟସ୍ତ 

ସତରେ ମଣିଷ କିଛିବି ନୁହେଁତ

ସେ କେବେ ବାଟର କୁଟା ଖିଅ ଟିଏ

ପାଦେ ପାଦେ ତା'ର ଭଉଁରୀ ଖେଳତ 

ତୁମରି ଦୟା ମୁଁ ମାଗୁଛି କାଳିଆ (2)

କରୋନା କରହେ ପ୍ରତିହତ 

ହେ ଜଗନ୍ନାଥ ହେ ଜଗନ୍ନାଥ (2)

ଭାରି ବୁକୁଫଟା ଦାଦନର ଦୁଃଖ 

ଶ୍ରମିକ ଜୀବନ ଯାଯାବର ଭାଗ୍ୟ 

ଗରୀବର ପେଟ ଭାରି ଛଟପଟ

ରାକ୍ଷସୀ କରୋନା କରୁଛି କପଟ 

ଧର ବୁଦ୍ଧିଅସ୍ତ୍ର ସାମାଜିକ ଦୂର (2)

କରୋନା ହୋଇବ ନିଶ୍ଚେହତ

ହେ ଜଗନ୍ନାଥ ହେ ଜଗନ୍ନାଥ 

ହେ ଜଗନ୍ନାଥ ହେ ଜଗନ୍ନାଥ 

କରୁଣାର ହାତ ଆଜିକି ନାହିଁହେ 

କରୋନା କରୁଛି ବଡ ଖେଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action