STORYMIRROR

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ଜୀବନ ଜୀବିକା

ଜୀବନ ଜୀବିକା

1 min
172


ଜୀଇବାର ପାଇଁ ସଂସାରେ ଜୀବନ

ଜୀବିକା ଅପରିହାର୍ଯ୍ୟ

ବୃତ୍ତି ଆଜୀବିକା ଲୋଡେ ପରିଶ୍ରମ

ନିତ୍ୟ ନିୟମିତ କାର୍ଯ୍ୟ ।

କୁଶଳତା ବଳେ ବଢଇ ଦକ୍ଷତା

କୌଳିକ ବୃତ୍ତି ଓ ପେଷା

ଶିକ୍ଷା ଦୀକ୍ଷା ଆଉ ପ୍ରଶିକ୍ଷଣ ଲୋଡ଼େ

ଅନ୍ୟାନ୍ୟ ସେବା ବେଉସା ।

କୃଷି ଉତ୍ପାଦନ ପ୍ରକ୍ରିୟାକରଣ

ଯଦିଓ ଲାଭଦାୟକ

ସୁଷମ ଭାବରେ ନୁହେଁ ସଙ୍ଗଠିତ

କୃଷକ ହୁଏ ବିମୁଖ ।

କଳ କାରଖାନା ବିନିର୍ମାଣ କ୍ଷେତ୍ରେ

ନିଯୁକ୍ତ ଅଧିକ ଲୋକ

ରହନ୍ତି ପ୍ରବାସେ ସହରାଞ୍ଚଳରେ

ଗ୍ରାମେ ଆୟ ହୁଏ ସ୍ୱଳ୍ପ ।

ନୂତନ ପ୍ରଯୁକ୍ତି ଯାନ୍ତ୍ରିକ ପ୍ରବିଧି

ଉଚ୍ଚ ପ୍ରବନ୍ଧନ ଜ୍ଞାନ

ସୁବିଧା ମିଳଇ ନିଯୁକ୍ତିରେ ବେଶୀ

ଉଚ୍ଚ ପଦବୀ ବେତନ ।

ସେବା କ୍ଷେତ୍ର ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କର

ହୁଏ ପରୀକ୍ଷା ଚୟନ

ସ୍ଥାୟୀ ନିଯୁକ୍ତିର ଥାଏ ଅବସର

ମିଳେ ମାସିକ ବେତନ ।

ପ୍ରତି ପରିବାର ଆର୍ଥିକ କ୍ଷେତ୍ରରେ

ହୋଇଲେ ଆତ୍ମନିର୍ଭର

ଜୀବନ ହୋଇବ ଅଧିକ ସ୍ୱଚ୍ଛନ୍ଦ

ସମାଜ ପ୍ରଗତିଶୀଳ ।

ହେଉ ସମନ୍ୱିତ ସୁସଙ୍ଗଠିତ

ଜାତୀୟ ନିଯୁକ୍ତି ନୀତି

ପ୍ରତି ପରିବାରୁ ପାଉ ସୁନିଶ୍ଚିତ

ନିଯୁକ୍ତି ଜଣିଏ ବ୍ୟକ୍ତି ।

   -------


Rate this content
Log in

Similar oriya poem from Action