STORYMIRROR

Ajit Kumar Raut

Abstract Action

4  

Ajit Kumar Raut

Abstract Action

ଆବିର୍ଭାବ ଦେଶେ

ଆବିର୍ଭାବ ଦେଶେ

1 min
174

ପବିତ୍ର ଦେଶରେ ଧର୍ମ ଆବିର୍ଭାବ

ପଦ୍ମ ପୁଷ୍ପ ରୂପେ ଆଜି,

ତାହାରି ଚମକେ ଚମତ୍କାର ଆଜି

କର୍ମଫଳ ରୂପେ ଆଜି।୧।

କର୍ମଫଳ ଆଜି ଉଜ୍ଜଳ ହେଉଛି

ଆତ୍ମନିର୍ଭରଟି ଦେଶ,

ଦେଶର ପ୍ରଧାନେ ଈଶ୍ବରୀୟ ଶକ୍ତି

ଗୌରବେ ସମ୍ପୂର୍ଣ୍ଣ ଦେଶ।୨।

ମାଡ଼ି ଆସୁ ଅଛି ଝଡ଼ଝଞ୍ଜା ଯେତେ

ନିଦାନ କରନ୍ତି ସେହୁ

ଦିନରାତି ନାହିଁ ବିଶ୍ରାମ ଯାହାର

ଜନସେବୁ ଛନ୍ତି ସେହୁ।୩।

କିପରି ହୋଇବ ଦେଶର ଉନ୍ନତି

ପଥଗାମୀ ସେହୁ ପଥେ,

ବିଶ୍ବ ନେତା ସେହୁ ବିଶ୍ବର କଲ୍ୟାଣେ

ରହିଛନ୍ତି କର୍ମପଥେ।୪।

ଜନେଜନେ ଆଜି ଆଦର ତାଙ୍କର

ସମସ୍ତଙ୍କ ମୂଖେ ମୋଦି,

ବାଳକ ବାଳିକା ବୃଦ୍ଧ ଜନ ମୂଖେ

ଭଜୁଛନ୍ତି ମୋଦି ମୋଦି।୫।

ଯେତେ ଯାହା ହେଉ ବିରୋଧ ତାଙ୍କର

ନିଷ୍କ୍ରିୟ ହେଉଛି ସେହୁ

ନିସ୍ବାର୍ଥର କର୍ମେ ଜଡ଼ିତ ଅଛନ୍ତି

ଧର୍ମପଥଗାମୀ ସେହୁ।୬।

ପ୍ରଧାନମନ୍ତ୍ରୀର ଶପଥ ନେଇଣ

ଛୁଟି ନେଇ ନାହିଁ ଦିନେ,

ରାଷ୍ଟ୍ର ହିତ ଆଉ ଜନକଲ୍ୟାଣରେ

ସଦା ସେବା ଭାବ ମନେ।୭।

ଶକ୍ତିଶାଳୀ ହୁଏ ଦେଶଟି ଆମର

ଡ଼ର ନାହିଁ ଆଉ ଏବେ,

ଆଖି ଦେଖାଇଲେ ଗୋଲା ହିଁ ପଡ଼ିବ

ଶକ୍ତିଶାଳୀ ସେନା ଏବେ।୮।

ରାଜନୀତି ଜଡ଼ିତ ଭୀଷଣ ସମସ୍ୟା

ଦେଶୁ ଦୂରେଇ ଦେଲେ,

ସନାତନ ଧର୍ମେ ଆରାଧ୍ୟ ରାମଙ୍କ

ମନ୍ଦିର ଦେଶକୁ ଦେଲେ।୯।

ଗ୍ରାମୀଣ ଭାରତ ସୁସଜ୍ଜିତ ହୁଏ

ତାଙ୍କରି ନିସ୍ବାର୍ଥ ବଳେ,

ଭ୍ରଷ୍ଟାଚାର ରୂପେ ଜଡ଼ିତ କଳଙ୍କ

ଦୂର କଲେ କର୍ମ ବଳେ।୧୦।

କରୋନା ପ୍ରକପ ଅତି ହି ଘାତକ

ଦୂର ହୁଏ ଧୀରେ ଧୀରେ,

ଜୀବନ ରକ୍ଷ୍ୟକ କରୋନାର ଟିକା

ଦେଶେ ହେଲା ଆବିଷ୍କାର,

ଲାଗୁ ଅଛି ତାହା ଜନଜନ ଆଜି

ବୈଜ୍ଞାନିକ ଆବିଷ୍କାର।୧୧।

ବର୍ଣ୍ଣିବାର ଶକ୍ତି ନାହିଁ ହିଁ କାହାରେ

ଈଶ୍ବରୀୟ ଶକ୍ତି ଏହି,

ଭାଗ୍ୟ ବଳେ ସେହୁ ଦେଶର ପ୍ରଧାନ

ନ ଭୂଲିବା କେଭେଁ ଏହି।୧୧।

ପବିତ୍ର ଦେଶରେ ଧର୍ମ ଆବିର୍ଭାବ

ପଦ୍ମ ପୁଷ୍ପ ରୁପେ ଆଜି,

ତାହାରି ଚମକେ ଚମତ୍କାର ଆଜି

କର୍ମଫଳ ରୂପେ ଆଜି।୧୧।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract