ବାପା ତୁମ ଗାଡି ସିଜ୍ ହେଲା
ବାପା ତୁମ ଗାଡି ସିଜ୍ ହେଲା
ବାପା ଆଣିଥିଲେ ଫଟଫଟିଆଟେ
ନୂଆଁ ମୁଁ ଶିଖିବି ବୋଲି
ଶିଖୁ ନ ଶିଖୁଣୁ ଲକ୍ଡାଉନ ହେଲା
ମନ ମରିଗଲା ଖାଲି ।
ଦିନେ ମୁଁ ଦେଖିଲି ସକାଳୁ ସକାଳୁ
ପୁଲିସ ମାମୁଁ ତ ନାହିଁ
ଭାବିଲି ଟିକିଏ ବଜାର ଆଡରୁ
ଚୁପଚାପ ଆସିବି ଧାଇଁ ।
ଏମିତି ଭାବିକି କାହାକୁ ନକହି
ଗାଡିକୁ ଧରିକି ଗଲି
ଅଧା ବାଟ ମୁହିଁ ଯାଇଛି କି ନାହିଁ
ମାମୁଁ ତ ଆସିଲେ ଧାଇଁ ।
ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲେ
କେତେ ମୁଁ ମିଛ କହିବି
କହିଲି ପରୀବା ପାଇଁ ଆସିଥିଲି
ବୋଉ ମୋ କହିଲା ବୋଲି ।
ସରୁ ନ ସରୁଣୁ ମୋ ପାଟିରୁ ଉତ୍ତର
ଅଣ୍ଟାରେ ପଡିଲା ଠେଙ୍ଗା
ବୋପାଲୋ ବୋଉଲୋ ହୋଇ ମୁଁ ଦୌଡ଼ିଲି
ଉଡିଗଲା ମୋର ନିଶା ।
ପୁଲିସ ମାମୁଁ ଟା ଗର୍ଜି କି କହିଲା
ଆରେ ରେ ରଙ୍ଗିଲା ଟୋକା
ପରୀବା ତୋ କାହିଁ ଖାଲି ତ ବସିଛୁ
ଭାବିଲୁ କି ଆମେ ବୋକା ।
ଗାଡି ମୋର ଟାଣି ପୁଲିସ ମାମୁଁ ଟା
ଥାନାକୁ ନେଇକି ଗଲା
ଯେତେ ମୁଁ ନେହୁରା ହୋଇକି କହିଲି
ଜମା ସେ ତ ନଶୁଣିଲା ।
ଘରକୁ ଆସିଲି କାନକୁ ଆଉଁସି
ବାପା ପଚାରିଲେ କିସ ହେଲା
ଉଦାସ କଣ୍ଠରେ କହିଲି ବାପାଙ୍କୁ
ଗାଡି ତୁମ ସିଜ୍ ହେଲା ।
ବାପା ପାଟିକଲେ କୁଳାଙ୍ଗାରଟା ତୁ
ଦେଖୁନୁ କିରେ ଖବର
ବାରମ୍ବାର ସରକାର କହିବା ପରେ ତୁ
ଲୁଚିକିଆଁ ଘରୁ ବାହାର ।
ବୋଉ କାନି ଧରି କେତେ ମୁଁ କାନ୍ଦିଲି
ମୁହଁ ସୁଉଁ ସୁଉଁ କରି
ବୋଉ ବୁଝାଇଲା କାନ୍ଦନା ବାପରେ
ଆଉ ଭୁଲ୍ କରିବୁନି ।
ନିଜକୁ ବଞ୍ଚାଅ ଅନ୍ଯକୁ ବଞ୍ଚିବାକୁ ଦିଅ
ସୁରକ୍ଷିତ ରୁହ ଘରେ
ଏହି କଥା ଟିକୁ ଏବେ ମନ୍ତ୍ର ବୋଲି ଜପ
ବଞ୍ଚି ରହିବୁ ତୁ ଯେବେ ।
