STORYMIRROR

Ajit Kumar Raut

Action

4  

Ajit Kumar Raut

Action

କରୁଣାକର

କରୁଣାକର

1 min
203


ଜଗତ କଲ୍ୟାଣେ ଜନ୍ମଟି ଯାହାର


ସେହୁ ରାମ ସେହୁ ରାମ,


ପାପି ବିନାଶନେ ଅବତାର ଯାର


ସେହୁ ପ୍ରଭୁ ସେହୁ ରାମ ।



ରାକ୍ଷସ କବଳୁ ଅଭୟ ଦିଅନ୍ତି


ଋଷି ମୁନି ସନ୍ଥେ ନିତି,


ବାଲ୍ୟକାଳେ ସେହୁ ମାରିଲେ ତାଡ଼କା


ଭୟଙ୍କର ସେହୁ ଅତି ।



ବିଶ୍ବାମିତ୍ର ଋଷି ବ୍ରହ୍ମ ଋଷି ସେହୁ


ରାମଙ୍କୁ ଧୀରେ କହିଲେ ,


ମାୟାଭି ରାକ୍ଷସୀ ଅତି ଦୂରାଚାରି


ଶୀଘ୍ରହିଁ ମାର କହିଲେ ।



ଋଷି ମୁନି ଶତ୍ରୁ ଅତି ପାପାଚାରୀ


ଅତି ଶକ୍ତିଶାଳୀ ଏହୁ,


ଏହୁ ମଲେ ହେବ ଯଜ୍ଞ ଅନୁଷ୍ଠାନ


ଶୀଘ୍ର ମାର ତୁହି ଏହୁ ।



ହୁଙ୍କାର କରିଲା ପ୍ରତାପୀ ରାକ୍ଷସୀ


ଦିବ୍ୟ ଅସ୍ତ୍ର ଦେଲା ଛାଡି,


ଅସ୍ତ୍ର କୁ କାଟିଲେ ବୀରବର ରାମ


ଦିବ୍ୟ ଅସ୍ତ୍ର ଦେଲେ ଛାଡି ।



ମରିଲା ରାକ୍ଷସୀ ଆର୍ତ୍ତନାଦ କରି


ପଡ଼ିଲା ଭୂମିରେ ଆସି,


ପୁଷ୍ପବୃଷ୍ଟି ହେଲା ଆକାଶ ମାର୍ଗରୁ


ରାମନାମ ଘୋଷି ଘୋଷି ।



ଜଗତ କଲ୍ୟାଣେ ଜନ୍ମଟି ଯାହାର


ସେହୁ ରାମ ସେହୁ ରାମ,


ପାପି ବିନାଶନେ ଅବତାର ଯାର


ସେହୁ ପ୍ରଭୁ ସେହୁ ରାମ ।




Rate this content
Log in

Similar oriya poem from Action