Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayashree Maharana

Action Inspirational Others

4.5  

Jayashree Maharana

Action Inspirational Others

ପ୍ରକୃତିର ରକ୍ଷା

ପ୍ରକୃତିର ରକ୍ଷା

1 min
228


ବିବଶ ପ୍ରକୃତିମାତା ବିବର୍ଣ୍ଣ ଶ୍ରୀହୀନ

ଚକ୍ଷୁ ଯୁଗଳରୁ ତା'ର ଅଶ୍ରୁର କ୍ଷରଣ 

ଜଳ ବାୟୁ କରି ଦାନ ଗଢ଼ିଛି ଜୀବନ

ବିଷର ବଳୟ ଦେଉ ତା'ରେ ପ୍ରତିଦାନ ।


ଯାନ୍ତ୍ରିକ ଜ୍ବାଳାରେ ବକ୍ଷ ସହୁଛି ଦହନ

ମାଟିରୁ ଆକାଶ ଯାଏଁ ହୋଇ ପ୍ରଦୂଷଣ

ସବୁଜିମା ବଳୟର ହଜିଲାଣି ବର୍ଣ୍ଣ

ବଳିଯାଏ ମନୁଷ୍ୟର ଅଜ୍ଞାନତା ପଣ ।


ଜରାଜୀର୍ଣ୍ଣ ରୂପକାନ୍ତି ଶୋଭରାଜି ଶୂନ୍ୟ

ଦୁର୍ବିପାକ ଭରିଦିଏ ଅସହ୍ୟ କଷଣ

ଧୂଳି ଧୂସରିତ ତନୁ ସୂର୍ଯ୍ୟତାପେ ମ୍ଳାନ

ଅଣ୍ଟି ସୁନା ଭେଣ୍ଡି ନୀତି ପ୍ରକୃତି ମଉନ ।


ପାଦେ ପାଦେ ବିପତ୍ତିର କ୍ରୁର ପଦଚିହ୍ନ

ପ୍ରକୃତିର ରକ୍ଷା ପାଇଁ ହୁଅ ସଚେତନ ।



Rate this content
Log in