STORYMIRROR

Gangotri Priyadarshini

Abstract Action Inspirational

4  

Gangotri Priyadarshini

Abstract Action Inspirational

ଈଶ୍ୱରଙ୍କୁ ପ୍ରଶ୍ନ

ଈଶ୍ୱରଙ୍କୁ ପ୍ରଶ୍ନ

1 min
233

ହେ ଈଶ୍ୱର ,ତୁମକୁ ନେଇ ଅଜସ୍ର ପ୍ରଶ୍ନ ପ୍ରତି ମଣିଷର

କେହି ପ୍ରତିମା ପୁଣି ପ୍ରକୃତିରେ ତୁମକୁ କରେ ସ୍ବୀକାର

ତୁମକୁ ନେଇ କଳ୍ପନା ଜଳ୍ପନା ସୃଷ୍ଟି ଅସଂଖ୍ୟ ହୃଦୟର

ସମ୍ଭବରେ ତୁମେ ଅସମ୍ଭବରେ ବି ତୁମେ ଏକା ନିରାକାର ।


କେହି ମାଗି ମାଗି ଥକିଯାଏ କେହି ନ ମାଗି ବି ସବୁପାଏ

କେତେ ମାନ ଅଭିମାନ ତୁମକୁ ଶୁଣାଇ କି ଶାନ୍ତି ପାଏ

ଅତ୍ର ତତ୍ର ସର୍ବତ୍ର ବିଶ୍ୱାସ ଅଖଣ୍ଡ କଣ ତୁମପାଇଁ ଥାଏ

ମୁର୍ଖ ମୁହିଁ ଅଗୋଚର ତଥାପି ନିତି ତୁମ ଶରଣରେ ଯାଏ ।


ହେ ଈଶ୍ୱର , ବିଶ୍ୱାସ ଅବିଶ୍ବାସରେ କେତେ ଘୁରିଥାଏ

ମୋର ଅସ୍ତିତ୍ବ ସାହାରା ମୁଁ ତୁମ ଠାରୁ ଖୋଜି ଥାଏ

ତୁମେ ଯେବେ ସର୍ବ ଜ୍ଞାନ୍ତା ମଣିଷ ଦୁଃଖ କାହିଁ ପାଏ

କେତେ ଯେ ପରୀକ୍ଷା ଦେଇ ଯନ୍ତ୍ରଣାରେ ଜିଉଁ ଥାଏ ।


ନାରୀ କି ପୁରୁଷ ରୂପରେ ପ୍ରକାଶ ପ୍ରକୃତିର ପ୍ରତି ରୂପେ

କେବେ ସର୍ବଂସହା କେବେ ପୁଣି ବାଟ ଦେଖାଅ କୋପେ

ପୃଥିବୀର ସ୍ଥିତି ବଦଳୁଛି ନିତି କୃପା ଭିକ୍ଷା କରେ ରକ୍ଷାକର 

ସମୟ ବଦଳେ ଅଖ ଚକ ପରି ପ୍ରଭୁ କର କିଛି ପ୍ରତିକାର ।


ଏ ଅଧମ ନର ସୃଷ୍ଟିରେ ତୁମର ମନରେ ନାନାଦି ପ୍ରଶ୍ନ ଭରପୁର

ରୋଗ ଦୁଃଖ ତେଜି ସଂସାର ସାଗରୁ ଶଙ୍କା ମୋର କର ଦୂର ।



Rate this content
Log in

Similar oriya poem from Abstract