ବାତ୍ୟା
ବାତ୍ୟା
ମହାବାତ୍ୟା ପରେ ଫନୀ ହୁଡହୁଡ
ଏବେ ବହିଗଲା ୟାସ୍
କରିଗଲା କ୍ଷତି କାଳ ଚକ୍ରବାତୀ
ସାତଖୁଣ ତାକୁ ମାଫ୍ ।
କେନ୍ଦ୍ରିଭୂତ ହୋଇ ଆସେ ଧିରେ ଧିରେ
ସମୁଦ୍ର ଆଡୁ ସେ ମାଡ଼ି
ଛୁଇଁ ସ୍ଥଳଭାଗ ବହେ ଅଣଚାଶ
ଭାଙ୍ଗେ ସବୁ ମୋଡ଼ି ମାଡ଼ି ।
ଗଛ ତାର ଖୁଣ୍ଟ ଘର ଦ୍ୱାର ହୁଏ
ସେ ଅଞ୍ଚଳରେ କ୍ଷତିଗ୍ରସ୍ତ
ମାଡି ଆସେ ପୁଣି ଅଶାନ୍ତ ସମୁଦ୍ର
ଜୀବନ ହୁଏ ବିନଷ୍ଟ ।
ଆଧୁନିକ ଜ୍ଞାନ କୌଶଳେ ମିଳୁଛି
ପାଣିପାଗ ବିବରଣୀ
ସତର୍କ ରହନ୍ତି ଜନ ସାଧାରଣ
ଆଗୁଆ ସୂଚନା ଜାଣି ।
ସରକାରୀ ସ୍ତରେ ଉଦ୍ଧାର ବାହିନୀ
ରହନ୍ତି ସଦା ସଜାଗ
ଯଥା ସମୟରେ ତଡ଼ିତ ବେଗରେ
ଆପଦା ହୁଏ ପ୍ରବନ୍ଧ ।
ବୁଝାଇ ସୁଝାଇ ଲୋକଙ୍କୁ ରଖନ୍ତି
ନିରାପଦ ଆଶ୍ରୟରେ
କମିଲେ ବିପଦ ଲେଉଟନ୍ତି ଗୃହେ
ପ୍ରବନ୍ଧ ହିଁ ରକ୍ଷା କରେ ।
ବାତ୍ୟା ବିଭୀଷିକା ବଡ଼ ଭୟାବହ
ପ୍ରାକୃତିକ ଦୁର୍ବିପାକ
ପ୍ରତିବର୍ଷ ଏହା ଆମ ଉପକୂଳେ
କରିଥାଏ ବିପର୍ଯ୍ୟସ୍ତ ।
ଶିଖିଛି ବହୁତ ଆମରି ଓଡିଶା
ଅତୀତ ଅଭିଜ୍ଞତାରୁ
ସତର୍କ ସଜାଗ ରହୁଛି ସର୍ବଦା
ବାତ୍ୟା ଘଟିବା ଆଗରୁ ।
ପ୍ରଶିକ୍ଷିତ ଆମ ଉଦ୍ଧାର ବାହିନୀ
ପାରଙ୍ଗମ ସେବା କାର୍ଯ୍ୟେ
ଉଚ୍ଚ ପ୍ରଶଂସିତ ଦେଶ ବିଦେଶରେ
ସୁଦକ୍ଷ ନିପୁଣ କର୍ମେ ।
ବାତ୍ୟା ବିପର୍ଯ୍ୟୟ ଏଡିବା ପାଇଁକି
ଲୋଡ଼ା ଦୀର୍ଘ ସୂତ୍ରୀ ପନ୍ଥା
ସୁଚିନ୍ତିତ ଭାବେ ହୋଇଲେ ଯୋଜନା
ପାଇବା ଆମେ ସୁରକ୍ଷା ।
