STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଶ୍ରାବଣ ସନ୍ଧ୍ୟା

ଶ୍ରାବଣ ସନ୍ଧ୍ୟା

2 mins
197


ଆକର୍ଷଣ ଓ ବିକର୍ଷଣର ଏ ସନ୍ଧ୍ୟା

ପକ୍ଷୀଙ୍କ ଉଡାୟମାନର ଦୃଶ୍ୟ

ମୁଗ୍ଧତା ଦିଏ ଯେତିକି ବ୍ୟଥିତ ସେତିକି

ଶ୍ରାବଣ ସନ୍ଧ୍ୟାର ବ୍ୟଥା ଆକୁଳତା

ମାପି ଚାଲୁଥିଲା ବେଳେ

ସବୁଜ ମନ ଜଗାଏ ପ୍ରୀତିର ଦହନ

ସବୁଜ ଓଢଣୀର ଛିଟା ଓ ଛଟା

ଭାରି ମିଠା ଶ୍ରାବଣୀ ଛତୁ,ସୋମବାର

ବୋଲବମ ଭକ୍ତଙ୍କ ପାହୁଣ୍ଡ

ସନ୍ଧ୍ୟାର କଜ୍ଜ୍ୱଳ ବେଣୀରେ ସାଗୁଆ ଫୁଲ

ଲାଗେ ଭାରି ଭଲ ସତେକି ମହୁଲ

ପାଦ ଚିପି ଚିପି ଝୁପି ଝିପି ବର୍ଷା ଆଗମନ

ଗାଈମାନେ ହମ୍ବାରଡି,ଛତା ତଳେ ବୁଢାବୁଢ଼ୀ

ମେଘର ଆହ୍ୱାନ ସାଥେ ନୂଆ ପୁରୁଣା କିମ୍ବଦନ୍ତୀମାନ

ବେଙ୍ଗର ରଡି କାଗଜ ଡ଼ଙ୍ଗା ଚିରି

ଏବେ ବି ଶ୍ରାବଣ ସନ୍ଧ୍ୟାକୁ ଦେଇ ସ୍ୱାଗତ

ପୁଣି ଦେଇ ଶୁଭେଚ୍ଛା ଆଗମନୀ

ଗୁଣ୍ଡୁଚି ଧୁଏ ତା ଦେହ ବଣିଟା ନିଷ୍କ୍ରିୟ

ବୋଧହୁଏ ଡେଣା ଛିଣ୍ଡି ବାଟବଣା

ହେ ପ୍ରଭୁ ରଖ ତାକୁ ଦୀନବନ୍ଧୁ

କହୁଥାଏ ଜେଜେମା ମୁନା ମୁନି ଆଣି ଅଖା

ଯେତେ କଲେ ବି ପ୍ରତୀକ୍ଷା

ଶ୍ରାବଣ ସନ୍ଧ୍ୟା ଆଉକିଛି କହେ ମାଗେ ଭିଜେ

ଭିଜାଏ ପିଲା ବୁଢା ସମସ୍ତଙ୍କୁ

ଆଈ ଡରାଏ ନାତୁଣୀଙ୍କୁ

ହେଇ ଦେଖ ହାଲୁଇନମାନେ ସନ୍ଧ୍ୟା ଆଗମନେ

ଶ୍ରାବଣ ଋତୁର ବୈଠକ ପ୍ରସ୍ତୁତ କରନ୍ତି

ଶ୍ରାବଣୀ ସଂଧ୍ୟା ପରା ଶିଖାଏ ବତାଏ

ଚିପି ଚିପି ପାଦ ପକାଅ ଆଗକୁ ଦୁଇପାଦ

ପଛକୁ ଫେରିଯାଅ ପରିବାରର ନୈବେଦ୍ୟ

ପିତା ମାତା ଗୁରୁ ଗୁରୁଜନଙ୍କୁ ପ୍ରଣାମୀ

ଶ୍ରାବଣ ସନ୍ଧ୍ୟା ହେଉ ଶାଶ୍ୱତ ପ୍ରେମ ଆବାହନୀ

ବର୍ଷା ଗାଉ ମେଘ ଗଜଲ ଢାଳି ପ୍ରେମ ସଞ୍ଜୀବନି ।


Rate this content
Log in

Similar oriya poem from Abstract