STORYMIRROR

Sunanda Mohanty

Abstract Romance Thriller

3  

Sunanda Mohanty

Abstract Romance Thriller

ରଙ୍ଗ ପସରା

ରଙ୍ଗ ପସରା

2 mins
209


ରଙ୍ଗ ପସରା ଆଣିଛି ଫଗୁଣ

ସାତରଙ୍ଗ ଭରି ଡାଲାରେ ତାର

ବସନ୍ତ ଆସୁଛି ଫୁଲ ସଵାରୀରେ

କୋଇଲି ଗାଇ ଆଵାହନୀ କରିବ

ବାଟବରଣ ଜଗତର ହେବ କଲ୍ୟାଣ

ରାଧା କୃଷ୍ଣଙ୍କର ଦୋଳବେଦୀରେ ଝୁଲଣ

ଫଗୁ ଖେଳ ସାଥେ ପିଚକାରୀ

ରଙ୍ଗରେ ସାଜି ସଜାଇ ତୋରଣ

ଇନ୍ଦ୍ରଧନୁ ପରି ଦିଶେ ଧରା ବାତାବରଣ

ହୋଲି ନାଲି ନାଲି ରଙ୍ଗ ମଉଛବ ଜାଣ

ଜହ୍ନ ଦିଶେ ତୋଫା ସୂର୍ଯ୍ୟଙ୍କ ମିଠା କିରଣ

ମଳୟ ବହୁଛି ଥିରି ଥିରି

ମନ ଦୃଦୟେ ସ୍ବପ୍ନ ଅସୁମାରି

ମୁଗ୍ଧ ସମୀରଣ ରଙ୍ଗ ପକାଇଛି ରାଣ

ପ୍ରେମ ରଙ୍ଗ ଭରି ଧରାରେ ବସନ୍ତ ଆସୁଛି

କୋଇଲି ର କୁହୁ କୁହୁ ଜାଗୃତି ଜାଗରଣ

ପରସ୍ପର ମିଳି ହୋଇ କୋଳାକୋଳି

ହୋଲିର ରଙ୍ଗରେ ସାତରଙ୍ଗ ସକାରଣ

ସବୁଠି ସୁମଧୁର ବାତାବାରଣ

ସାତରୁତୁ ସାଥେ ସାତରଙ୍ଗ ସାତଫୁଲେ ଜମାଣ

ଧରା ନାଚି ଉଠେ ବଉଳ ଫୁଲ ପାଟେ

ନବବଧୂ ଶ୍ରୀମନ୍ତିନୀ ସୋହଗ ମାଣ

ଚିଠି ଲେଖନ୍ତି ରାଧା କୃଷ୍ଣଙ୍କ ପାଖକୁ

ରଙ୍ଗ ଖେଳିବାକୁ ଆସିବ ଗୋପକୁ ରହିଲା ରାଣ

କୃଷ୍ଣ କହୁଛନ୍ତି ଲୋକେ ପାଳୁଛନ୍ତି ଧରାରେ ଝୁଲଣ

ମନ ମାରି ବସନି ସଜନୀ ରାଧା କୃଷ୍ଣଙ୍କ ପର୍ବ ଜାଣ

ସଜାଇ ଦେବି ସାତରଙ୍ଗେ ରାଧାଗୋ କରନା ବାରଣ

ମିଠା ଫଗୁଣ ସାଥେ ସାତରଙ୍ଗ ରହିଛି ଉଦାହରଣ

ସାହା ଆହା ରାହା କାଳିଆ ଠାକୁରେ 

ଶିବ ଶିବା ପନ୍ତି ଖାଆନ୍ତ ଦ୍ୱାରେ ଦ୍ୱାରେ

ସାତରଙ୍ଗ ମାଖି କବି ଗାଉଛି ଲେଖି ଜଣାଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract