ବରଷାର ବିନ୍ଦୁ
ବରଷାର ବିନ୍ଦୁ
ବିନ୍ଦୁ ବିନ୍ଦୁ ବର୍ଷା ମିଶିଗଲେ ସିନ୍ଧୁ
ସାକ୍ଷୀ ଆକାଶର ଇନ୍ଦୁ
ବିନ୍ଦୁ ବିନ୍ଦୁ ଅଶ୍ରୁ ବେଦନା ବିଧୁରେ
ଦିନ ସରେ କାନ୍ଦୁ କାନ୍ଦୁ
ବିନ୍ଦୁ ବିନ୍ଦୁ ଜଳ କଣିକା ମିଶି ମେଘ
ଲୁଚିଯାଆନ୍ତି ପୁର୍ଣ୍ଣେନ୍ଦୁ
ବର୍ଷା ବିନ୍ଦୁ ବିନ୍ଦୁ ବାରିଦରୁ ନଦ ନଦୀ
ମିଶି ହୁଏ ସାତ ସିନ୍ଧୁ
ବିନ୍ଦୁ ବିନ୍ଦୁ ସ୍ବେଦ ନଥାଏ ଋତୁରେ
ସବୁଜିମା ଚାଦର ଘୋଡାଏ ବର୍ଷା ବିନ୍ଦୁ
କାଗଜ ଡ଼ଙ୍ଗା ବୁଡ଼ିଯାଏ ଟୋପି ବରଷାରେ
ମିଛରେ ମେଘକୁ ନିନ୍ଦୁ
ମେଘ ନଆସିଲେ ବରଷା ହୋଇ ଧରାକୁ
ଗ୍ରୀଷମରେ କାନ୍ଦୁ କାନ୍ଦୁ
କୃଷକ ବିଚରା କରିଛି ଆସରା ଅସରା
ଲଭିବାକୁ ବର୍ଷାବିନ୍ଦୁ
ମାଟି ଚକଟିବ ରୋଇବ ବେଉଷଣ ହେବ
ଚୁଲି ଚାଳ ସଭିଏଁ ବାନ୍ଧୁ
ରକତ ନିଗାଡି ବର୍ଷକ ସାରା ଆକାଶକୁ
ଦେଖି ଜହ୍ନ କାଚକେନ୍ଦୁ
କୃଷକ ଓ କୃଷି ପରସ୍ପରେ ଋଷି ଝାଡନ୍ତି
ଭାଗ୍ୟ ରନ୍ଦ୍ରରୁ ଅଳନ୍ଧୁ
ରାମଚନ୍ଦ୍ର ଦିନେ ଏଇ ବରଷାରେ ଗୁଣ୍ଡୁଚିକୁ
ଆଉଁସି ଦେଇ ଥିଲେ ସେତୁବନ୍ଧ ବାନ୍ଧୁ ବାନ୍ଧୁ
କିମ୍ବଦନ୍ତୀ ପୁରଣ ପୋଥି ଗୀତା ସାଇତି
ଦେଶବାସୀ କହନ୍ତି ଜୟହିନ୍ଦ ଜୟ ଭାରତ
ଥିଲାଯାଏଁ ଶେଷ ରକ୍ତ ବିନ୍ଦୁ
ତୁ ଆରେ ବରଷା କରିବୁ ପରସା ତୁଟିବ ତୃଷା
ମଣିଷ ଭିତରେ ମଣିଷପଣିଆ ଛନ୍ଦେ ଛନ୍ଦି
ପୂର୍ଣ୍ଣଗଭା କେବେ ଅର୍ଧେନ୍ଦୁ କେବେ ପୂର୍ଣ୍ଣେନ୍ଦୁ ।
