STORYMIRROR

Sunanda Mohanty

Fantasy Thriller Others

3  

Sunanda Mohanty

Fantasy Thriller Others

ଅସରାଏ ବର୍ଷା

ଅସରାଏ ବର୍ଷା

2 mins
149


ଏମିତି ଅସରାଏ ବର୍ଷା

ଜୀବନ ଦିଏ ଜୀବନ ନିଏ

କାହା ପାଇଁ ପାଲଟିଯାଏ ଆଶ୍ରା

ଝିଅର ମନ ଖୁସି ନଥିବା କାରଣ

କରିବାକୁ ନିରାକରଣ ବାପାଙ୍କ ଆଶା

ପୁରଣ କରେ ବର୍ଷା ll


ଯୋଗ୍ୟତା ବରଷାର ଯେତିକି

ଝିଅର ସେତିକି

ସ୍ଥାନ କାଳ ପାତ୍ର ଠିକଠାକ

ସବୁ ଠିକ ଜାଣିଯିବ ଯିଏ ବୁଝେଇବ କିଏ

ଏଇ ବରଷା ତାର ଜଲସା

କରେନା ଲୋକହସା ll


ଚୌରାନବେ ବର୍ଷ ବୟସ ରୋଗୀ ମୃତ୍ୟୁପାଇଁ 

ଛବିଶ ବର୍ଷର ଡାକ୍ତର ଆକ୍ରମଣ ଫାର୍ସା

ଜୀବନ ଗଲାବେଳେ ମାଆ ଆଖି ତଳେ

ଅକୁହା ସେ ବରଷାର ଭାଷା 

ଆଜି କିଏ କହେ ତୁମ ପୁଅ ଆଖି ପାଇ ll


ଅନ୍ଧତ୍ୱରୁ ମୁକ୍ତି ପାଇ ଦେଖୁଛି ଦୁନିଆଁ ମୁହିଁ 

କିଏ କହେ ହାର୍ଟ ନେଇ ଦେଖ ଦୁକଦୁକ ହୋଇ

ଜୀବନ ଜଲସା କରେ କେତେ ବର୍ଷା

ତୁମେ ମୋତେ ସ୍ୱୀକାର କର ବା ନକର

ଗଣି ଦେଖ ହୃଦୟ ବରଷାର ତାମସା ll


ଡାକେ ମାଆ ଆଉ ବାବା ମୁଁ ଅଛି ଛାତି ତଳେ

ରୂପ ବଦଳାଇ ଡାକେ ବର୍ଷାର ଉଷା

କାନ ଡେରି ଶୁଣ ହୃଦୟରେ ମାଆର ଭାଷା

ପିତାଙ୍କ ରୁଗ୍ଣ ଆଖିପତା ତଳେ ମେଞ୍ଚାଏ ପିପାସା l


ଥରେ ମତେ ପୁଅ ବୋଲି ଭାବିନିଅ

କହେ କେହି ଯୁବକ ପୁଅ

ପିତା ମାତା ଆଖି ତଳେ ସେଦିନର ବର୍ଷା

ଆଖିରେ ଲୁହରେ ପୁଅର ଲାଳସା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy