ଲକ୍ଷଣ କୁମାର
ଲକ୍ଷଣ କୁମାର


ଜନତାର କରଫୁ ଇଏ,
ଆଉ ଏକ ମହାଭାରତର
ମହାପର୍ବ
ସର୍ଵମୁକ୍ତି ଫନ୍ଦି ଇଏ,
ଇଏତ ଜଗତ କଲ୍ୟାଣ।
କିଏ ସେହି ଶବ ଏଠି
କରେ ରକ୍ତ ନଦୀ ପାର
ଜିଓ ଔର ଜୀନେ ଦୋ
ଏହି ବାର୍ତ୍ତା ସମୟର।
ସତର୍କତାର ଘଣ୍ଟି ଏଠି
ସୁରକ୍ଷାରେ ମୁକ୍ତି
ବିଭାଜନେ ସମର୍ପିତ
ସମ୍ଭାବ୍ୟ ସେ ଦିବ୍ୟ ଦୃଷ୍ଟି।
ସମୟର ସ୍ରୋତରେ
କରୋନା ଯେ ନାଗଫାଶ
ଯନ୍ତ୍ର ମନ୍ତ୍ର ତନ୍ତ୍ର ହାରେ
ଏହି ସୃଷ୍ଟିର ଅବଶୋଷ।
ତୃପ୍ତି ନୁହେଁ ଆତ୍ମତୃପ୍ତି
ମୋକ୍ଷ ନୁହେଁ ସର୍ବମୋକ୍ଷ
ବିଭାଜନରେ ଏକତାର ମନ୍ତ୍ର
ଏହି ଜନତାର ଅନ୍ତଃସ୍ୱର।
ବସୁଧୈବ କୁଟୁମ୍ବକମ ଆମେ
ସ୍ଵୟଂଭୂରେ ବିଜିତ ନାୟକ
ସ୍ୱଧର୍ମେ କ୍ଷୟ ନାହିଁ ଯେବେ
ପରଧର୍ମେ ନିଷ୍ପ୍ରୟୋଜନ।
ପୁଣ୍ୟ ଏହି ମହାମନ୍ତ୍ରେ
ସର୍ବେ ହେଲେ ଏକାକାର
ଯନ୍ତ୍ରଣାରୁ ମୁକ୍ତି ଚାହୁଁ
ସର୍ବେ ଲକ୍ଷଣ କୁମାର।