ଲକ୍ଷ୍ମଣ ଙ୍କ କିଛିକ୍ଷଣ
ଲକ୍ଷ୍ମଣ ଙ୍କ କିଛିକ୍ଷଣ
ଲକ୍ଷ୍ମଣଙ୍କ ପ୍ରତିକ୍ଷଣ ଥିଲା ଭାତୃଭକ୍ତି
କିଛିକ୍ଷଣ ନ ଥିଲା ବି ସ୍ତିରୀ ପ୍ରତି ପ୍ରୀତି
ବୁଦ୍ଧିରେସେ ବିଚକ୍ଷଣ ମାରି ଦେଲେ କାତି
ଇନ୍ଦ୍ରଜି ତ ତତକ୍ଷଣେ ଛାଡିଦେଲା ପୃଥ୍ଵୀ....
ଚଉଦ ବର୍ଷ ବନ ବାସ କଷ୍ଟ କାଳ ଅତି
ଭାଇ ଭାଉଜ ଙ୍କୁ ଜଗି ନ ଶୋଇଲେ ରାତି
ସ୍ତ୍ରୀ ଙ୍କୁ ଛାଡି ସିଏ ବନେ ବୁଲି ଛନ୍ତି
ବ୍ରହ୍ମଚର୍ଯ୍ୟ ବ୍ରତ ସିଏ ନିଷ୍ଠା ରେ ପାଳନ୍ତି...
ଇନ୍ଦ୍ରଜିତ ବଲଵାନ ବିଶ୍ରବା ଙ୍କ ନାତି
ଯୁଧ୍ୟ ରେ ମରିବ ସିଏ ଲଖ୍ମଣ ରେ ମାତି
ଲକ୍ଷ୍ମଣ ମାରିବେ ନିଶ୍ଚେ ବିହି ଲେଖିଛନ୍ତି
ବ୍ରହ୍ମା ଙ୍କ ବର ଖଣ୍ଡନ ହେଇଯିବ ସେଠି....
ଆସିଗଲା ଇନ୍ଦ୍ରଜିତ ପାହିଗଲା ରାତି
କିଛି କ୍ଷଣଭାଳେଣିଯେ ପଡ଼ିଗଲା ଅତି
ହନୁମାନ କହିଦେଲେ କର କାହିଁ ଭିତ୍ତି
ଲକ୍ଷ୍ମଣ ଯୁଦ୍ଧ ଜିତିବେ କର ନାହିଁ ଭ୍ରାନ୍ତି.....
କିଛିକ୍ଷଣ ଯୁଦ୍ଧ ହେବ ଲକ୍ଷ୍ମଣ ଚିନ୍ତନ୍ତି
ପ୍ରତିକ୍ଷଣ ହୃଦୟ ରେ ବିରତ୍ୱ ଜଗାନ୍ତି
ସମ୍ମୁଖକୁ ଆସିଗଲା ଯୁଦ୍ଧେ ଗଲେ ମାତି
ବ୍ରାହ୍ମଚାରୀ ବୋଲି ଲକ୍ଷ୍ମଣ କରିଦେଲେ ଇତି....।।
