STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ଲକ୍ଷ୍ମୀନୃସିଂହ ବେଶ

ଲକ୍ଷ୍ମୀନୃସିଂହ ବେଶ

1 min
203


ନମଇଁ ନୃସିଂହ ଚରଣ,

ଅନାଦି ପରମ କାରଣ,

ତୁହି ନର ସିଂହ ପରଂବ୍ରହ୍ମ,

ତୁହି ଲକ୍ଷ୍ମୀନାରାୟଣ।

କେତେ କେତେ ବେଶ,

ହେଉ ତୁ ଜଗତନାଥ,

ବାର ମାସ, ବାର ମାସ,

ହୋଇ ସରସ,ହୋଇ ସରସ।

ଶୁକ୍ଳ ଚତୁର୍ଦ୍ଦଶୀ, 

କାର୍ତ୍ତିକ ମାସ,

ହେଉ ତୁହି ପ୍ରଭୁ,

ଲକ୍ଷ୍ମୀନୃସିଂହ ବେଶ।

ପୁଷ୍ପାଳକ ସେବକ,

କରେ ନୃସିଂହ ବେଶ,

ଶ୍ରୀଜୀଉଙ୍କୁ ଚୂଳ ଧାରଣ କରାଇ,

କରନ୍ତି ନୀତି ଅବକାଶ।

ଶ୍ରୀଜୀଉମାନେ ଚୂଳ ଧାରଣ କରନ୍ତି,

ସେ ଚୂଳେ ସୁନା କିଆ ଲଗାନ୍ତି,

ମନମୋହକ ଦିଶେ ଲକ୍ଷ୍ମୀନୃସିଂହ ବେଶ,

ତାହାକୁ ପୁଣି କହନ୍ତି ଆଡ଼କିଆ ବେଶ।

ସୁନାର ଶ୍ରୀଭୁଜ ,ଶ୍ରୀପୟର,

ପ୍ରଭୁ ଶ୍ରୀଜୀଉ ନାନା ଅଳଙ୍କାରେ,

ଅତି ମନୋହରେ,ହୋଇ ଆନନ୍ଦିତ,

ହୁଅନ୍ତି ବିଭୂଷିତ,ହୁଅନ୍ତି ବିଭୂଷିତ ।

ଭକ୍ତକୁ ଆଶିର୍ବାଦ କରିବା ପାଇଁ,

ପାପକୁ କ୍ଷରଣ କରିବା ପାଇଁ,

ରତ୍ନସିଂହାସନେ ବସିଥାନ୍ତି,

ଲକ୍ଷ୍ମୀନୃସିଂହ ହୋଇ ହରଷିତ।

ପ୍ରଭୁ ଲକ୍ଷ୍ମୀନୃସିଂହ ବେଶ,

ଦରଶନ ଭକତ କରିଲେ,

କରନ୍ତି ଭକତ ଅଗାଢ଼ ବିଶ୍ୱାସ,

କଟେ ପାପ,ବହୁତ ପୁଣ୍ୟ ଯେ ମିଳେ।

ହେ ପ୍ରଭୁ ଲକ୍ଷ୍ମୀନୃସିଂହ ନାରାୟଣ,

ମୁଁ ମହାପାପୀ ଅଟେ ଅଜ୍ଞାନ,

ଏ ଆକିଞ୍ଚନକୁ ଦେଇ ଦରଶନ,

କର ପ୍ରଭୁ ମୋର ପାପ ବିମୋଚନ,

ଶରଣ ପଶୁଛି ତୁମ୍ଭ ପଦ୍ମ ଚରଣ,

ହେ ଦୟାମୟ ଲକ୍ଷ୍ମୀନୃସିଂହ ନାରାୟଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics