STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଲିପିବଦ୍ଧ କରିବ

ଲିପିବଦ୍ଧ କରିବ

1 min
15


ଶୁଣ୍ ରେ ଆତ୍ମନ୍‌ !


ମାୟା ସଂସାର 

ନିତି ଦେଖେଇବ ନୂଆ ଇସ୍ତାହାର

ତାକୁ ପାଖକୁ ଠେଲିଦେଇ

ସୁକର୍ମ ପଥରେ ଯାତ୍ରା କର


ଯାହା ନିଜ ପାଇଁ କରିଛୁ

କରିବାକୁ ଯାଉଛୁ

ଭବିଷ୍ୟତରେ କରିବାକୁ ଚିନ୍ତା କରୁଛୁ

ସବୁ ଜଳିଯିବ ତୋ ଜୁଇରେ

ସବୁ ସରିଯିବ ତୋ ଚିତାଭସ୍ମରେ


ମାତ୍ର ଯାହା ତୁ କରିଛୁ ଅନ୍ୟ ପାଇଁ

ଅନ୍ୟର ଦୁଃଖ ଲାଘବ ପାଇଁ

ସାହାର୍ଯ୍ୟର ହାତ ବଢେଇ ଦେଇ

ଅନ୍ୟ ଆଖିର ଲୁହ

ଗଦା ଗଦା କୋହ

ସବୁ କୁ କମ୍ କରିବା ପାଇଁ


ବୋଧେ ଏଇଟା କର୍ମ ସଂସ୍କାର

ମଲା ପରେ ବି ରହିବ

ନାମକୁ କାଳ ଗର୍ଭରେ ସ୍ବର୍ଣ୍ଣାକ୍ଷରରେ

ଲିପିବଦ୍ଧ କରିବ


ଅମର କରିବ ସମୟ ସାଗର କୂଳେ

ଆଲିଦ୍ଭା ଦୀପ ହୋଇ ଜଳିବ କାଳେ କାଳେ ।


Rate this content
Log in

Similar oriya poem from Inspirational