STORYMIRROR

Bijay Prusty

Inspirational

4  

Bijay Prusty

Inspirational

ଲୀଳାମୟ ଠାକୁର

ଲୀଳାମୟ ଠାକୁର

1 min
225


ନୀଳ କନ୍ଦରରେ କାଳିଆ ଠାକୁର

ନୀରବରେ ବସି କରୁଛୁ ଲୀଳା

ତୋର ଆଦିଅନ୍ତ ସର୍ବେ ଅଗୋଚର

ତୋ ଆଶିଷେ ଚାଲେ ସଂସାର ଭେଳା I

ସଂସାର ନାବର ନାଉରୀ ତୁ ଏକା

ତୋ ଇଛାରେ ଚାଲେ ଜୀବନ ତରୀ

ଦୟାହେଲେ ତୋର ସହଜେ ସହଜେ

ସଂସାର ସାଗର କରିବୁ ପାରି I

ଭକତ ଭାବରେ ବନ୍ଧା ଭାବଗ୍ରାହୀ

ଜଗତ ଲୋଡୁଛି ତୋ ଦରଶନ

ଭକତ ଡାକୁଛି ବିକଳରେ ତୋତେ

ଉଦବେଳିତ ହୁଏ ତାର ପରାଣ I

ବଡ ଅଜବ ଏ କଳିର ପ୍ରକୋପ

ରତ୍ନ ସିଂହାସନେ ଜଗତ ନାଥ

ଏକେଲା କିପରି ଶାନ୍ତିରେ ବସିଛୁ

ବଳି ପଡିଲାଣି ସଂସାର ଦୁଃଖ I

ସଂସାର ମଞ୍ଚରେ ଅଭିନେତା ଆମେ

ଆଜି ଅଛୁ କାଲି ନଥିବୁ କେହି

ଖୁସିରେ ଥାଆ ତୁ କାଳିଆ ସାଆନ୍ତ

ତୋ କୃପା ନେତ୍ରରେ ରହିିଥା ଚାହିଁ I

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational