STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଲଗାମ

ଲଗାମ

1 min
207

ସୁନା ସକାଳଟିଏ ଅପେକ୍ଷା କରିଛି

ସୁନ୍ଦର ପୃଥିବୀ ହାତଠାରି ଡାକୁଛି

ତୁମେ ହେବ ଅଦ୍ଵିତୀୟ

ହୃଦୟ ଖୋଲି ବୋଲ ଜୟ ଜୟ।


ଆସୁ ଯେତେ ଝଡ଼ ଆସୁ ବା ସୁନାମୀ

ଚାଲିବ ଚାଲିବ ନ ପଡିବ ଝୁଣ୍ଟି

ଜିଣ ସଭିଙ୍କର ମନ

ତାରା ଗଣେ ହୋଇ ପୁନିଅଁ ଜହ୍ନ।


ଥିଲେ ବି କହିବେ ଗଲେ ବି କହିବେ

ଯେ ଯେତେ ଆସିବେ ଆସି ଯାଉଥିବେ

ନଇଁବ ସଭିଙ୍କ ମଥା

ପଢ଼ି ଜାଣି ତୁମରି ଅମର ଜୀବନ ଗାଥା।


ମନ ଗୋଟେ ପ୍ରଜାପତି ଉଡିବା ପ୍ରବୃତ୍ତି

ମାନେ ନାହିଁ ପ୍ରଜ୍ଞା ମାନେନା ଜାଗୃତି

ଲଗାମ ଥିଲେ ହାତେ

ସ୍ୱର୍ଗ ମିଳିଯାଏ ଏଇ ଆମରି ମର୍ତ୍ତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational