STORYMIRROR

puja pradhan

Romance Tragedy

3  

puja pradhan

Romance Tragedy

ଲେଖାଟିଏ ତୁମ ପାଇଁ

ଲେଖାଟିଏ ତୁମ ପାଇଁ

1 min
175

ତୁମ ପାଇଁ କିଛି ଲେଖିଛି ମୁଁ ସାଥୀ

 ପଢିବ ରହିଲା ରାଣ

ନ ପଢିଲେ ତୁମେ ମୋ ମନ କଥାକୁ

  ଥରୁଟିଏ କେବେ ବୁଝିନ


ଭାରି ଅଭିମାନୀ ନାୟିକାଟିଏ ମୁଁ

   ମନ କଥା ମନେ ରଖି

ବେଶୀ କିଛି ନୁହେଁ ତୁମ ପାଇଁ କିଛି

  ମନରୁ ଦେଇଛି ଲେଖି


କହିବି କହିବି ଭାବୁଥାଏ ହେଲେ

  କେବେ ବି କହି ପାରେନି

ହେଲେ ଏ ମନ ତ ତୁମ ବିନା ସତେ

  କାହାକୁ କେବେ ଚାହିଁନି


କଥା ଦେଇ ତୁମେ ନ ଆସିଲେ କୁହ

   କଣବା କୁହ କରନ୍ତି

ମlନ ଅଭିମାନ ହୃଦୟର କୋହ

  କାହା ପାଖରେ କୁହନ୍ତି


ଯେବେ ଯେବେ ଖୋଜେ

  ତୁମକୁ ମୋ ଆଖି

ତୁମେ ପାଖେ ଥାଇ ବି ନଥାଅ

 ପଚାରିଲେ କିଛି କୁହ ନାହିଁ ମୋତେ

ଖାଲି ଟିକେ ହସିଦିଅ

କହି ପାରିବିନି ସେ ଟିକେ ହସରେ

  ସାରା ଦୁନିଆର ଖୁସି ମୋ ପାଇଁ ଆଣିଦିଅ


ଲାଗୁଥାଏ ମୋତେ ବଞ୍ଚିବାର ସତେ

  କାରଣ ମିଳି ଯାଇଛି

ତୁମର ସେ ହସ କାହିଁକି କେଜାଣି

  ମନର ରାଗକୁ ଧୋଇନେଇଛି


ମନେ ମନେ ଭାବେ ଦେଖା ହେବ ଯେବେ

   କେତେ କଥା ପଚାରିବି

କାହିଁକି ଏପରି ତୁମେ କହୁଥାଅ

  ଉତ୍ତର ନିଶ୍ଚୟ ମାଗିବି


ଆସିବଆସିବ କହିକହି ତୁମେ

  ଦିନ ଖାଲି ବିତୁ ଥାଏ

ମନର ଅପେକ୍ଷା ଲୁହ ଧାର ସାଜି

  ପଣତ କାନିକୁ ଭିଜାଏ


କିଏ ପଚାରିଲେ କଣ କହିବି

  ଏଣୁ ତେଣୁ ଭାବୁ ଥାଏ

ଛାତିର କୋହ ଓ ଆଖିର ଲୁହକୁ

  ପଣତକାନିରେ ଲୁଚାଏ


ଏତେ ସବୁ ପରେବି ଏ ମନଟି ମୋର

  କାହିଁକି କେଜାଣି ତୁମକୁ ହିଁ ଖୋଜୁଥାଏ

ତୁମରି ଭାବନା ମନରେ ରଖି

  ଦିନ ମୋର ସରି ଯାଏ


ପ୍ରତିମୁହୂର୍ତ୍ତର ପ୍ରତେକ ସେ ସ୍ମୃତି

 ମୋତେ କିଛି କହୁ ଥାଏ

ତୁମ ପାଇଁ ସାଥି ହୃଦୟର କଥା

 ତୁମ ପାଇଁ ଲେଖୁଥାଏ

  ତୁମ ପାଇଁ ଲେଖୁ ଥାଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance