ଲାଳସା
ଲାଳସା
ଭୁଲିଗଲି କେମିତି
ତୁମେ ତ ସେଇ ପରଜାପତି
ପରାଜାପତି କି ହୁଏ କେବେ କାହାର
ଫୁଲେ ଫୁଲେ ଘୁରିବୁଲେ
ସିନା ନେଇ ଲାଳସାର ଆହାର ।
ରଙ୍ଗରୁପ ଦେଖାଇ ଦେବ ଢାଳି
କୁସୁମ ତା'ମଧୁବୋଲି
ନାନା ରୂପେ କରେ ମୋହିତ
ଶୋଷିନିଏ ମଧୁ ହୋଇ ସେ ମଧୁପ ।
ଅନ୍ୟ ସୁବାସିତ କୁସୁମେ ହୋଇ ଆକର୍ଷିତ
ଚାଲିଯାଏ ଶୋଷି ସମସ୍ତ ମଧୁ କରି ବର୍ଜିତ
ତା'ବାଟ ଚାହିଁ ଝୁରେ କୁସୁମ ନିଇତି
ବିରିହ ବେଦନା ରେ ଜୀବନ ତା' ଯାଏ ବିଇତି ।

