STORYMIRROR

Sagar Kumar Parida

Tragedy

3  

Sagar Kumar Parida

Tragedy

ଲାକଡାଉନ ଦୁଃଖ

ଲାକଡାଉନ ଦୁଃଖ

1 min
223

ଏମିତିକା ଦୁଃଖ ଜୀବନରେ ମୋର

ନ ଥିଲା ଆଗରୁ କାହିଁ,

ଘର ଠାରୁ ଦୂରେ ରହିଗଲି ମୁହିଁ

ଲକଡାଉନ ପାଇଁ ।।

ମନ୍ଦିର ନିକଟେ ଦୁଃଖ ଦୁର୍ଦ୍ଧିନରେ

କଟୁ ଅଛି ମୋର ଦିନ,

କୋରାନା ଆସିକି ସବୁ ସାରି ଦେଲା

ସୁଖ ନାହିଁ ମୋର ମନ ।।

ନିଜ ଲୋକ ସବୁ ଘରେ ରହିଗଲେ

ଆଧାବାଟେ ମୁଁ ରହିଲି,

ଭଗବାନଙ୍କର ନାମ ମୁଁ ଜପିଲି

ଆଉ ସବୁ କଥା ଭୁଲି।।

ଆହେ ମହାବାହୁ ହାତ ଟେକିଦେଲି

ଦେଖା ଦିଅ ମୋତେ ଥରେ,

କୋରାନାକୁ ତଡି ହାତ ମୋର ଧରି

ନେଇ ଯାଅ ମୋର ଘରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy