STORYMIRROR

Tapan Kumar Biswal

Romance Thriller Others

4  

Tapan Kumar Biswal

Romance Thriller Others

ଲାଜକୂଳି ପ୍ରିୟା

ଲାଜକୂଳି ପ୍ରିୟା

1 min
209

    

ରଙ୍ଗ ମାରିଦେଲେ ପ୍ରେମ ହୁଏ ନାହିଁ

ଲୋଡ଼ା ହୁଏ ଦୁଇ ମନ 

     ପ୍ରେମ ପାଇଁ ନିଶ୍ଚେ ସହିବାକୁ ହୁଏ

     ରାଗ ଋଷ ଅଭିମାନ ll


ମନେ ରହିଥାଏ ପ୍ରଥମ ସେ ଦେଖା

ସ୍ମୃତି ସବୁଦିନ ପାଇଁ

     ହୃଦୟ ଭିତରେ ଉଜ୍ଜୀବିତ ହୁଏ

     ଜହ୍ନ ପାଇଁ ଯେହ୍ନେ କଇଁ ll


ଭଲ ଲାଗୁଥିଲା ମଳୟ ପବନ

ପାଶେ ଯେବେ ପ୍ରିୟା ଥାଏ

     ଅଳସୀ ନଈର ଅଳସ ପଣରେ

     ପ୍ରିୟା ମୁହଁ ଦିଶିଯାଏ ll


ଲାଜକୁଳୀ ପ୍ରିୟା ଲାଜର ବନ୍ୟାରେ

ଓଠେ ଫୁଟିଉଠେ ହସ

     ସରଳ ହୃଦୟ ପବିତ୍ର ତା ମନ

     ଥାଉ ବର୍ଷ ବାର ମାସ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance