Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ଲାବଣ୍ୟ ପ୍ରତିମା

ଲାବଣ୍ୟ ପ୍ରତିମା

1 min
182



ରୂପରେ ଗୋ ତୁମେ ଲାବଣ୍ୟ ପ୍ରତିମା

ଗୁଣରେ ଅନନ୍ୟା ତୁମେ

ସରଗୁ ଓହ୍ଲାଇ ଆସିଛ ଲୋ ସଖୀ

ମୋପାଇଁ ମରତ ଧାମେ I

ତୁମନାମ ଗାଇ ଅସ୍ତାଚଳେ ଦେଖ

ଲୁଚିଲେଣି ଦିନମଣୀ

କୋକିଳ ଗାଉଛି ତୁମ ନାମେ ଗୀତ

ପାରୁନ କି ତୁମେ ଶୁଣି I

ହସି ଉଠିଲାଣି ଆକାଶେ ଚନ୍ଦ୍ରମା

ବାସ ବାଣ୍ଟିଲାଣି ରାତି

ତୁମ ପାଇଁ ସଖୀ ଫଗୁଣ ଗାଉଛି

ସରାଗେ ପ୍ରୀରତି ଗୀତି I

ତୁମ ନାଲି ନାଲି ଓଠକୁ ଛୁଆଁଇ

ଜାଳୁଛ ମୋ ଦେହେ ନିଆଁ

ଡହ ଡହ ହୋଇ ଜଳୁଛି ଲୋ ସଖୀ

ଦିଶୁନି ଟିକିଏ ଧୁଆଁ I



Rate this content
Log in

Similar oriya poem from Romance