କ୍ୟାଲେଣ୍ଡର
କ୍ୟାଲେଣ୍ଡର
କ୍ୟାଲେଣ୍ଡର ଦେଖି ପାରୁ ଅଛୁ ଜାଣି
ବାର ମାସ ତେର ପରବ
ବରଷ ଯାକର ପୂଜା ପଶା ଯେତେ
କେଉଁ ଦିନ କି ଉତ୍ସବ ।
ବାର , ତିଥି , ବେଳା , ତାରିଖ , ନକ୍ଷତ୍ର
ସବୁକୁ ପାରୁଛୁ ଜାଣି
କେଉଁ ମାସ କେତେ ଦିନିଆ ପଡ଼ୁଛି
ଜାତ , ମଉଛବ ପୁଣି ।
ବିବାହ , ବରତ , ଓଷା , ପର୍ବ, ଜାତ
ପୂଜା , ପାର୍ବଣ, ଇତ୍ୟାଦି
ବିଷୟରେ ଥାଏ ବ୍ୟବହାର ହୁଏ
କ୍ୟାଲେଣ୍ଡର ନିତି ନିତି ।
ମହା ପୁରୁଷ ଙ୍କ ଜନ୍ମ , ତିରୋଧାନ
ପରି ପୂଣ୍ୟ ତିଥି ମାନ
ସହିତ ବହୁତ ମଉଛବ ଜାତ
ଉତ୍ସବ ଦିବସ ଦିନ ।
କେଉଁ ତାରିଖ ରେ କେଉଁ ପର୍ବ ପଡ଼େ
କେଉଁ ପର୍ବ କେତେ ଯାଏଁ
ଇତ୍ୟାଦି ସମସ୍ତ କଥା ଯେତେ ସବୁ
କ୍ୟାଲେଣ୍ଡରୁ ଜଣା ଯାଏ ।
