Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Inspirational

3  

Durjyodhan Barik

Inspirational

କୂଳବଧୂ

କୂଳବଧୂ

1 min
131


ଆଁ କୁଆଁ କରି ଆସିଥିଲି ଦିନେ

ସର୍ବ ମୁଖେ ହସ ଦେଇ 

ବାପଘରେ ମୋର  ଏନ୍ତୁଡି ଜଳିଛି

ଶାଶୁଘରେ ଜଳୁ ଯୁଇ ।


ପିଲା ଥିଲା ବେଳେ ସମସ୍ତେ କୁହନ୍ତି

ମୋତେ ପରଘରି ବୋଲି ।

ଝିଅ ଜନମତ  ପର ଘରକୁ

ଆଜି ତାହା ବୁଝି ଗଲି ।


ଶୁଆ ଶାରୀ ପରି  ମନ୍ତ୍ର ପଢାଇଲେ

ମୋତେ ହେବାକୁ ସଂସ୍କାରୀ  

ନିଶ୍ଚୟ ତାଙ୍କର  ସମ୍ମାନ ରଖିବି

ସଂସ୍କାର ରଖି ଆବୋରି ।


ବାପାଙ୍କ ଗେହ୍ଲେଇ  ମାଆ ଗଣ୍ଠିଧନ

ହୋଇ ଥିଲି ବାପଘରେ 

ବିଭାଗର ହେଲା କୁଳବଧୂ ସାଜି

ଯାଉ ଅଛି ଶାଶୁଘରେ ।


ଷଠି ଘର ମୋର ରହିଲା ପଛର

ପିତା ମାତା ହେଲେ ପର 

ବିନୟ ବଚନେ ସୁଧା ବାଣ୍ଟୁଥିବି

ପର ହେବେ ଆପଣାର ।


ଶାଶୁ ଶ୍ଵଶୁର ମୋ ଚଳନ୍ତି ଠାକୁର

ତାଙ୍କ ସେବା ମୋ କର୍ତ୍ତବ୍ୟ 

ସ୍ଵାମୀଙ୍କ କର୍ମରେ ସହଭାଗି ହେଵବି

ସଂସାର ହୋଇବ ଭବ୍ୟ ।


ହୋଇ କୁଳବଧୂ ହେବି ଗୃହଲକ୍ଷ୍ମୀ

ପ୍ରେମମୟୀ ସ୍ନେହମୟୀ 

ପ୍ରେମ ଶ୍ରଦ୍ଧା ଶାନ୍ତି ବାଣ୍ଟୁଥିବି ସଦା

ହୋଇବି ମୁଁ କାଳଜୟୀ ।


କୁଳବଧୂ ସାଜି  ଘରଣୀ ରୂପରେ

ଘରକୁ ସଜେଇ ନେବି 

ଦୁଃଖ କଷ୍ଟ ସହି ସମସ୍ତଙ୍କ ମୁହେଁ

ସଦା ହସ ଫୁଟାଇବି ।


ଝିଅ ଜନମ ତ  ପର ଘରକୁ

ଏହା ବିଧିର ବିଧାନ 

ଅପରଚିଙ୍କୁ  ଆପଣେଇ ନେବି

ଧନ୍ୟ ହେବ ମୋ ଜୀବନ ।



Rate this content
Log in

Similar oriya poem from Inspirational