STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

କୁସୁମ କଳି

କୁସୁମ କଳି

1 min
290

ମାଆ ପିଠିରେ କାଜଲ ବସି

ଆନନ୍ଦେ ଦିଏ ହସି

ମାଆକୁ ସିଏ କରିଛି ଘୋଡ଼ା

ଉଜ୍ଜ୍ବଳ ମୁଖ ଶଶୀ।

ଛୋଟ କୁସୁମ କଳିଟି ସିଏ

ଫୁଟିଛି ଏହି ଘରେ

ବାପାମାଆଙ୍କ ସ୍ନେହ ଆଦର

ତା' ଉପରେ ଝରେ।

ମହକ ପାଇ ଅଗଣା ହସେ

ହସଇ ପରିବାର

ଆକାଶୁ ସତେ ପଡ଼ିଛି ଖସି

ବିଧୁ ଶୀତଳ ଝର।

ଦିନେ ନା ଦିନେ ହୋଇବ ବଡ଼

କରିବ ଦେଶ ସେବା

ପିତାମାତାଙ୍କ ରଖିବ ଯଶ

ବିତରି ଜ୍ଞାନ ପ୍ରଭା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract