STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

କୁଞ୍ଜବିହାରୀ

କୁଞ୍ଜବିହାରୀ

1 min
431


ହୋଇଲାଣି ସଜ  ନଗ୍ର ହରିପୁର

   ରାହାସବିହାରୀ କୁଞ୍ଜ

ମଦନ ମୋହନ   ବୃନ୍ଦାବନ ଚନ୍ଦ୍ର

    ରମ୍ୟ ସରସ ପଙ୍କଜ

    ମନୋଜ୍ଞ ସୁନ୍ଦର ବେଶ

ନୀଳ କଟୀ ତଟ   ପୀତ ପରିପଟ୍ଟ

   ସୁଶୋଭିତ ଗୋପୀନାଥ ।


ମୟୂର ଚନ୍ଦ୍ରିକା   ଶୋହେ ଭାଲପଟେ

     କପୋଳେ ହରିଚନ୍ଦନ

ଗଳେ ବନମାଳ    ମୋହନ ମୂରଲୀ

      ଗାଏ ପଞ୍ଚମେ ସୁସ୍ୱନ

     ଚାହିଁଲେ ସରୋଜ ମୁଖ

ମଦନକୁ ଜିଣି    ଶ୍ରୀମୁଖ ଲାବଣ୍ୟ

     ହରେ ପାପ ତାପ ଦୁଖଃ ।


ପୂର୍ଣ୍ଣ କାର୍ତ୍ତିକରେ    ନିକୁଞ୍ଜ ସଦନ

     ପ୍ରକାଶ ଶଶୀ ମଣ୍ଡଳ

ବିଧୁକର ଆଭା   ମୃଦୁମନ୍ଦ ହାସ୍ୟେ

      ପୁଲକି ଉଠେ ପରାଣ

ଉଦେ ଇନ୍ଦ୍ରଚାପ    ସୁରଙ୍ଗ ଅଧର

      ସଙ୍କୀର୍ତ୍ତନ ସୁଧା ରସ ।


ଶ୍ରୀମଧୁସୂଦନ     କେଶବ ମାଧବ

    ଯୋଗୀ ମୁନୀ ଜନ ଆଦି

କଳିର କଳୁଷ     ବିନାଶ ଶ୍ରୀଧର

      ଦୂର ହେଉ ଭୟଭ୍ରାନ୍ତି

      ଗୋବିନ୍ଦ କୃଷ୍ଣ ସୁମରି

ଖଣ୍ଡୁ ମୋ ଦୂରିତ    କୋଟି ଜନ୍ମ ପାପ

       ହରି କର ଭବୁ ପାରି ।

  



Rate this content
Log in

Similar oriya poem from Classics