STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

କୁଣ୍ଠାବୋଧ ନ କର ଭାଇ

କୁଣ୍ଠାବୋଧ ନ କର ଭାଇ

1 min
463


ଆଣିଛନ୍ତି ଯିଏ ଆମକୁ

ହାତ ଗୋଡ଼ ସାଥିରେ ଦେଇ

କରିବାର କ୍ଷମତା ଥାଇ

କୁଣ୍ଠାବୋଧ ନ କର ଭାଇ।୧।


ଦେଇଛନ୍ତି ସୁନ୍ଦର ନେତ୍ର

ମନ ଭରି ଦେଖିବା ପାଇଁ

ଭଲ ଜିନିଷ ଦେଖିବାରେ

କୁଣ୍ଠାବୋଧ ନ କର ଭାଇ।୨।


ପାଇଛ ସୁନ୍ଦର ଚେହେରା

କଦର୍ଥ ତୁମେ କର କାହିଁ

ସାଦା ସିଧା ରହିବାରେ ତ

କୁଣ୍ଠାବୋଧ ନ କର ଭାଇ।୩।


ମଧୁର ବିନୟ ବଚନ

କହୁ ଆମେ ଯାହାରି ପାଇଁ

ଅପ ଶବଦ କହିବାରେ

କୁଣ୍ଠାବୋଧ ନ କର ଭାଇ।୪।


କର୍ଣ୍ଣରେ ଶୁଣି ଯେତେ କଥା

ଭଲ କଥା ଆହୋର ଯାଇ

କଟୁ କଥା କହିବା ପାଇଁ

କୁଣ୍ଠାବୋଧ ନ କର ଭାଇ।୫।


ପରପୋକାର ଗୁଣ ପରା

ଈଶ୍ୱର ପ୍ରଦତ୍ତ ଅଟଇ

ପର ସେବା କରିବା ରେ ତୁ

କୁଣ୍ଠାବୋଧ ନ କର ଭାଇ।୬।


ଆଗପଛ ବିଚାରିବାର

କ୍ଷମତା ପାଇ ଅଛୁ ତୁହି

ଭୁଲ କାମ ନ କରିବାରେ

କୁଣ୍ଠାବୋଧ ନ କର ଭାଇ।୭।



Rate this content
Log in

Similar oriya poem from Inspirational