STORYMIRROR

Dr Santosh Kumar Panda

Children

4  

Dr Santosh Kumar Panda

Children

କୁନି ହେଲେ ବି ବଡ଼ ତା କର୍ମ

କୁନି ହେଲେ ବି ବଡ଼ ତା କର୍ମ

1 min
502


କୁନିଟିଏ ବୋଲି ଭାବନାହିଁ ମୋତେ

    କୁନି ନୁହେଁ ମୋର ମନ

ଏ କୁନି ମନରେ ଦେଖଇ କେତେ

    ବଡ଼ ହେବାର ସପନ।ଘୋ।


କୁନି ଛୁଆଟିଏ ବାଜିଆ ରାଉତ

    ଦେଶ ଲାଗି ଦେଲା ପ୍ରାଣ

କୁନି ପୁଅଟିଏ ଧରମପଦ

   ଜାତି ହିତେ ଝାସିଲା ତନ।୧।


ଜୋରାବର ଆଉ ଫତେ ସିଂହ

   ଦୁହେଁ ତ ଆଦର୍ଶ ପୁତ

ଧରମ ନାମରେ ଜୀବନ ହାରିଲେ

ମଥା କଲେ ନାହିଁ ନତ।୨।


କୁନି ପିଲାଟିଏ ଶିବା ନାମ ତାର

    ଗୋ ମାତାର ଦେଖି କାନ୍ଦ

ହସ୍ତେ ଖଡ୍ଗ ଧରି ବିଧର୍ମୀ ହାତରୁ

   ଛିଣ୍ଡାଇଲା ମୃତ୍ୟୁ ଫାନ୍ଦ।୩।


କୁନି ଝିଅଟିଏ ପିଲା ନାମ ମନୁ

     ଦେଖିଥିଲା ସିଏ ସ୍ଵପ୍ନ

ନିଜ ରାଜ୍ୟ ସହ ଦେଶକୁ କରିବ

    ବିଦେଶୀ ହାତୁ ସ୍ଵାଧୀନ।୪।


ଉପମନ୍ୟୁ ପୁଣି ଆରୁଣିର କଥା

    କିଏ ଜାଣି ନାହଁ କହ

ଗୁରୁ ଭକ୍ତିରେ ଖ୍ୟାତ ଏ ମହୀରେ

    କର୍ମେ ହେଲେ ସୁନା ପୁଅ।୫।


ଛୁଆଟି ସେ ଛୋଟ କାହ୍ନାନାମେ ପ୍ରିୟ

     ବଧିଲା ରାକ୍ଷସ ଗଣ

ଉଦ୍ଧରି ଦେଶକୁ ରଖିଗଲା କୀର୍ତ୍ତି

     କଲା ଧର୍ମ ସଂସ୍ଥାପନ।୬।



Rate this content
Log in

Similar oriya poem from Children