Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

କୁଳର ଚିରାଗ

କୁଳର ଚିରାଗ

1 min
183


କୁଳର ଚିରାଗ ମୋର

ରଙ୍କୁଣୀ ପସରା

ତୁହି ମୋ‌ ଜୀବନ ଧନ 

ନୟନର ତାରା ।

ଗଳାର ରତନ ମୋତି 

ମୋ ହୀରା ମାଣିକ୍ୟ

ତୋତେ ଦେଖି ବାବୁରେ ମୋ

ଲିଭି ଯାଏ ଶୋକ ।

ତୁହି ମୋ ଭାଗ୍ୟାକାଶେ 

ପୂର୍ଣ୍ଣିମାର ଚାନ୍ଦ

ତୋତେ ହାତେ ପାଇ ଧନ

ଚାଲି ଯାଏ ଦ୍ଵନ୍ଦ ।

କ୍ଷୁଧା ତୃଷା ପଥ ଭୂଲେ

ଦେଖି ଦେଲେ ଥରେ

ପ୍ରାଣ ମୋର ଛାଡି ଯାଏ

ଚାଲି ଗଲେ ଦୂରେ ।

ଆଖିର ସପନ ତୁହି 

ପାହାନ୍ତିଆ ତାରା

ଧ୍ରୁବ ସମ ଜ୍ୟୋତି ତୋର

ଅନ୍ଧକାରେ ତୋରା ।

ମୋ ଆୟୁଷ ତୋ ଲଲାଟେ

ଲେଖି ଦେଉ ବିଧି

ସୁଖରେ ଅନ୍ତିମ କାଳେ

ହୃଦେ ଥାଆ ବନ୍ଦୀ ।

ତୋ ନେତ୍ର ଚିରାଗେ ବାବୁ

ଚାଲୁ ଥିବି ପଥ

ସୂର୍ଯ୍ୟ ସମ ରୂପ ଦେଖି 

ଟଳୁ ମୋର ରଥ ।

ବଳ ବୀର୍ଯ ହେଉ ତୋର

ଧନଞ୍ଜୟ ପରି

ମନେ ସ୍ଥାନ ପାଇ ଥାନ୍ତୁ

କୃଷ୍ଣ ଦଇତାରୀ ।



Rate this content
Log in