Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Abstract

4  

Sarojini Jena

Abstract

କୁଆଁର ପୁନେଇଁ ଜହ୍ନ ଗୋ

କୁଆଁର ପୁନେଇଁ ଜହ୍ନ ଗୋ

1 min
348



କୁଆଁର ପୁନେଇଁ ଜହ୍ନ ଗୋ

ଫୁଲ ବଉଳବେଣୀ

କୁଆଁରୀ ମନରେ ଅନେକ ସପନ

ପୁଚି ଖେଳିବାକୁ ମନଲୋ

ଫୁଲ ବଉଳବେଣୀ

ସବୁଜିମା ଦିଶେ ମହୀ ଲୋ

ଫୁଲ ବଉଳବେଣୀ ।


କାଶତଣ୍ଡୀ ଫୁଲ ଶୁଭ୍ର ବେଶେ ଦେଖ

ମଳିନ ପଡେ ଚାନ୍ଦିନୀ ଲୋ

ଫୁଲ ବଉଳବେଣୀ ।


କୁଆଁର ପୁନେଇଁ ଜହ୍ନ ଲୋ

ଫୁଲ ବଉଳବେଣୀ ।


ଗାଁ ଝିଅ ସବୁ ଏକାଠି ହୁଅନ୍ତି

ସ୍ନାହାନ କରିବେ ସରୋବରେ ଲୋ

ଫୁଲ ବଉଳବେଣୀ ।


ସିନ୍ଦୁରା ଫାଟିଲେ ପୂରୁବ ଆକାଶେ

ପିନ୍ଧି ନବ ବସ୍ତ୍ର ଧରିବେ ସ୍ନେହ ଆଞ୍ଜୁଳି ଲୋ

ଫୁଲ ବଉଳବେଣୀ ।


ଅଗଣାରେ ଦେବେ ଥୋଇ ଲୋ

କଳସ,ଫୁଲ,ଦୀପାଳି

ଖଇ,ଗୁଆ ଟେକି ଦେବେ ହୁଳହୁଳି

ସୂର୍ଯ୍ୟଙ୍କୁ କରିବେ ବରଣି ଲୋ

ଫୁଲ ବଉଳବେଣୀ ।


ସାହି ସାହି ଝିଅ ବୁଲିବେ ହସ ମଜା କରିବେ

ଗୀତ ଗାଇ ପୁଣି ପାଳ ଭୂତ ଖେଳି

ବୋହୁଚୋରି ଖେଳି ନାନା ଖେଳେ ଯିବେ ମାତିଲୋ

ଫୁଲ ବଉଳବେଣୀ ।


ଅନ୍ଧାରୀ ରାତିରେ ବୁଲିବେ

ବେଶ ବଦଳାଇ ଘରେ ପଶିବେ

ଦେବେ ଚମକାଇ ଛାତି ଲୋ

ଫୁଲ ବଉଳବେଣୀ ।


ନବ ବସ୍ତ୍ର ପିନ୍ଧି ନବ ଉନ୍ମାଦନେ

ଉଲ୍ଲାସରେ ଯିବେ ମାତିଲୋ

ଫୁଲ ବଉଳବେଣୀ ।


ପାଦରେ ଅଳତା କାନରେ ଝୁମୁକା

ଚୁଡ଼ି ଦିଶୁଥିବ କରେ ଯେ

ଫୁଲ ବଉଳବେଣୀ ।


କୁଆଁରୀ ସପନ ଦେଖିବେ ଜହ୍ନମାମୁଁକୁ ଚାହିଁ 

ସନ୍ଧ୍ୟା ଗଲେ ନଇଁ ଚାନ୍ଦ ପୂଜିବାକୁ

ଚଉଁରା ମୂଳରେ ଭେଟିଲୋ

ଫୁଲ ବଉଳବେଣୀ ।


ନଡ଼ିଆ, କଦଳୀ, ଛେନା, ଗୁଡ଼, ଖଇ

ଦେବେ ଚାନ୍ଦ ଚକଟିଲୋ

ଫୁଲ ବଉଳବେଣୀ ।


ବୃନ୍ଦାବତୀ ମୂଳେ କଳସ ବସାଇ

ନବ ବସ୍ତ୍ରେ ଦେବେ ସଜାଇ ଲୋ 

ଫୁଲ ବଉଳବେଣୀ ।


ଚାନ୍ଦ ପୂଜା ପୁଣି କରିବେ

ହାତେ ଚାନ୍ଦ କୁ ଗଢି

ଜହିଂ ପତ୍ର, କାକୁଡି ପତ୍ର ଭୋଗକୁ

ଦେବେ ସାତ ପତ୍ରେ ଥୋଇଲୋ

ଫୁଲ ବଉଳବେଣୀ ।


ସାଙ୍ଗ ସାଥି ମେଳେ ବୁଲିବେ

ଘରଘର କୁ ଯାଇ

ଚାନ୍ଦ ପୁଣି ନିଜେ ବସିବେ ପରସ୍ପରେ ଖୁଆଖୋଇ

କୁମାରୀ ମନରେ ଆଶା ଲୋ

ଫୁଲ ବଉଳବେଣୀ ।


ମନଲାଖି ବର ପାଇଁ ଗୋ

ଚାନ୍ଦ ମନାସି ଯିବେ

ଚନ୍ଦ୍ରମା କୁ ପୂଜି ଖୁସି ମନେ ହେଜି

ନୂଆ କଥା ମନେ ଭାବି ଭାବିଲୋ

ଫୁଲ ବଉଳବେଣୀ ।


କୁମାରପୂର୍ଣ୍ଣିମା ଆସଇ କେତେ ଆଶା ସଂଚାରୀ

କୁଆଁରୀ ଝିଅଟା ସଜବାଜ ହେଇ

ଆଶୀର୍ବାଦ ନିଏ ସବୁରି ଲୋ 

ଫୁଲ ବଉଳବେଣୀ ।


ପୂଜି ସୂର୍ଯ୍ୟ, ଚନ୍ଦ୍ର ଦେବଙ୍କୁ କେତେ ଆନନ୍ଦ ପାଏ

ଆସନ୍ତା ବର୍ଷକୁ ଅପେକ୍ଷା କରିସେ

ଦିନ ସବୁ ସୁଖେ ବିତାଏ ଲୋ 

ଫୁଲ ବଉଳବେଣୀ ।


                   


Rate this content
Log in

Similar oriya poem from Abstract