STORYMIRROR

Ajay kumar Behera

Abstract

3  

Ajay kumar Behera

Abstract

"କୁଆଁର ପୁନେଇ"

"କୁଆଁର ପୁନେଇ"

1 min
411

ଆଶ୍ୱିନ ମାସର

ଶୁଭ ଲଗନରେ

ନିର୍ମଳ ଶୋଭାରେ

ଫୁଲେଇ ଜହ୍ନଟା

ଫୁଲେଇ ସେ ହୁଏ

ବରଷକ ଥରେ

କୁମାର କୁମାରୀ

ମନରେ ସିଏ ତ

ଖୁସି ଭରି ଦିଏ


ଚଉରା ମୂଳରେ

ଧୂପ,ଦୀପ ସହ

ହୁଳ ହୁଳି ଦେଇ

ହୁଏ ବନ୍ଦା ପନା

ଆନନ୍ଦ ଉଲ୍ଲାସେ

ମନରେ ଭରଇ

ଖୁସିର ଜୁଆର

କ୍ଷଣିକେ ହୁଅଇ

ଦୁଃଖ ଯେତେ ଦୂର


ମାଆ ଯିଏ ସିଏ

କେତେ କଥା କହି

ଶୁଭ ମନାସନ୍ତି

ଉତ୍କଣ୍ଠା ମନରେ

ସନ୍ତାନଙ୍କ ପାଇଁ

ଖୁସି ସେ ମାଗନ୍ତି

ସଦା ସରବଦା

ତାଙ୍କରି ମୁହଁକୁ

ନିତି ସିଏ ଚାହିଁ


କାଶତଣ୍ଡି ମାଳେ

ନଈ ପଠା କୋଳେ

ଲାଜେଇ ଜହ୍ନଟା

ଲୁଚି ଲୁଚି ସିଏ

ସବୁ ଦେଖୁ ଥାଏ

ଚିକି ମିକି କରି

ଶୀତଳ କୀରଣ

ମହା ଆନନ୍ଦରେ

ସିଏ ବିଞ୍ଚି ଦିଏ


ଅଭିମାନୀ ନୁହେଁ

ସେଇ ପୁନେଇ ଜହ୍ନ

କେଡ଼େ ନିରିମଳ

ଶାନ୍ତ,କାନ୍ତ ସିଏ

ଖୁସିରେ ଖୁସିରେ

କୁଆଁର କୁଆଁରୀ

ମନ ନେଇ ଯାଏ

ତାପରିକା ଆଉ

ହେବରେ ସେ କିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract