କଥାଥିଲା
କଥାଥିଲା


କଥାଥିଲା,,,,,,,,,,
ମୁଁ କୁହେ କି ନ କୁହେ
ତୁମେ ଆସିବ,
ସକାଳର ସିନ୍ଦୂରାରେ
ମଧ୍ୟାହ୍ନର ତମାମ ଖରାରେ
କେବେ ପୁଣି ସନ୍ଧ୍ୟାର
ସଞ୍ଜ ଆଳତିରେ ।।🌹🌹
କଥାଥିଲା,,,,
ତୁମେ କୁହ କି ନ କୁହ
ମୁଁ ଆସିବି,
ଗ୍ରୀଷ୍ମର ଉତ୍ତପ୍ତ ଝାଞ୍ଜିରେ
ବସନ୍ତର ମୃଦୁ ମଳୟରେ
ଆଉ ବରଷାର ନିଝୁମ୍ ରାତିରେ ।।🌹🌹
କଥା ହିଁ କଥାରେ ରହିଲା
ନା ଆସିଲ ତୁମେ
ନା ଆସିଲି ମୁଁ
ଅପେକ୍ଷାରେ ଯାହାଖାଲି
ବିତିଗଲା ଅନେକ ଆୟୁଷ ।।🌹🌹
ଏବେ ଯେବେ,
ସମୟକୁ ପଚାରେ ମୁଁ ପ୍ରଶ୍ନ
ଉତ୍ତରରେ ସେ କୁହେ
ଅନୁଶୀଳନରେ ଆଉ କ'ଣ
ବାକିଅଛି ଅଜଣା ଅତୀତ ।।🌹🌹
ବର୍ତ୍ତମାନ ଏଠି ବାଟବଣା ଆଜି
ଭବିଷ୍ୟତ ଏକ ବନ୍ଦ ଲଫାପା
ଖୋଜି ବୁଲେ ଆରୋହରୁ ଅବରୋହ
ହଜିଥିବା ପୁରୁଣା ଠିକଣା ।।🌹🌹