STORYMIRROR

MADHU MITA

Abstract Classics

3  

MADHU MITA

Abstract Classics

କଥା ଥିଲା

କଥା ଥିଲା

1 min
124

କଥା ଥିଲା କିଛି କଥା ହେବାକୁ

ମନକଥା ଖୋଲି କହି ଦେବାକୁ ।


ନୂଆବର୍ଷରେ ହର୍ଷ ଭରିଦେଇ

ନୂଆ କିଛି କହି ଖୁସି ହେବାକୁ ।


ସେଇ ଜାଗାରେ ଦେଖା ହୋଇଯାଇ

କିଛି କ୍ଷଣ ସଙ୍ଗେ ବିତେଇବାକୁ ।


କଥା ଥିଲା କିଛି କଥା ହେବାକୁ

ମନକଥା ଖୋଲି କହି ଦେବାକୁ ।


ସକାଳେ ଶୀତୁଆ ପବନ ସହ

ଅଳସ ପଣିଆ ଜମା ଗଲାନି ।


ଦ୍ୱିପହର ଖରାବେେଳଟାରେ

ଯିବାକୁ ଆଉ ଯେ ଇଚ୍ଛା ହେଲାନି ।


ସଂଜରେ ପାଦ ଆଉ ଉଠିଲାନି

ରାତିରେ ରେଜେଇ ଖୋଲି ହେଲାନି ।


ଯାଉ ପଛେ ନୂଆବର୍ଷର ସେଦିନ

ମନକଥା ଆଉ କହି ହେଲାନି ।


ଅଳସୁଆ କେବେ ଜିତି ପାରେନି

ଏକଥା ଅନ୍ୟଥା କେବେ ହୁଏନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract