କଥା ଦେଉଛି ମୁଁଁ ତୁମକୁ
କଥା ଦେଉଛି ମୁଁଁ ତୁମକୁ
କଥା ମୁଁ ଦେଉଛି ତୁମକୁ ଗୋ ପ୍ରିୟା
କେବେ ବି ଭୁଲିବି ନାହିଁ
ବାଟ ବଣା ହୋଇ ଚାଲିଗଲେ ତୁମେ
ଥିବି ତୁମ ବାଟ ଚାହିଁ
ରୁଷିଗଲେ ତୁମେ ବୁଝେଇ ଆଣିବି
ଦେଇ ହୃଦୟରୁ ପ୍ରେମ
ମୋ ହୃଦୟ କାନ୍ଥେ ଲେଖି ମୁଁ ଦେଇଛି
ପ୍ରିୟା ଗୋ ତୁମରି ନାମ
ତୁମ ଖୁସି ପାଇଁ ଆଣିଦେଇ ପାରେ
ଆକାଶରୁ ତୋଳି ଜହ୍ନ
ତୁମ ପାଇଁ ପ୍ରିୟା ସାଇତି ରଖିଛି
କୁଆଁରା ମୋ ଯୌଉବନ ।
ପ୍ରେମ୍ କବି ଜଗବନ୍ଧୁ ସାହୁ

