STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

କଥା ଦେଉଛି ମୁଁଁ ତୁମକୁ

କଥା ଦେଉଛି ମୁଁଁ ତୁମକୁ

1 min
904


କଥା ମୁଁ ଦେଉଛି ତୁମକୁ ଗୋ ପ୍ରିୟା

କେବେ ବି ଭୁଲିବି ନାହିଁ

ବାଟ ବଣା ହୋଇ ଚାଲିଗଲେ ତୁମେ

ଥିବି ତୁମ ବାଟ ଚାହିଁ

ରୁଷିଗଲେ ତୁମେ ବୁଝେଇ ଆଣିବି

ଦେଇ ହୃଦୟରୁ ପ୍ରେମ

ମୋ ହୃଦୟ କାନ୍ଥେ ଲେଖି ମୁଁ ଦେଇଛି

ପ୍ରିୟା ଗୋ ତୁମରି ନାମ

ତୁମ ଖୁସି ପାଇଁ ଆଣିଦେଇ ପାରେ

ଆକାଶରୁ ତୋଳି ଜହ୍ନ

ତୁମ ପାଇଁ ପ୍ରିୟା ସାଇତି ରଖିଛି

କୁଆଁରା ମୋ ଯୌଉବନ ।

ପ୍ରେମ୍ କବି ଜଗବନ୍ଧୁ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance