STORYMIRROR

Sanuja Meghamala

Romance Others

3  

Sanuja Meghamala

Romance Others

କଥା ଦେଇଥିଲୁ..

କଥା ଦେଇଥିଲୁ..

1 min
11.6K


କଥା ଦେଇଥିଲୁ ହାତେ ହାତ ରଖି

ଭଲ ପାଇବାର ମଧୁର ଲଗନେ

ସାରା ଜୀବନ ଟା ସୁଖର ଦୁଃଖର 

ସାଥୀ ଟିଏ ହେବା ପାଇଁ

ସେଦିନରୁ ମୋ ହୃଦୟ ଟା କିନ୍ତୁ

ତୋ ପାଖେ ଯାଇଛି ରହି....।


ସମୟ ସୁଅରେ ବାଟ ଭାଙ୍ଗି

ସିନା ସଂପର୍କ ଟା ଗଲା ହଜି 

ବୁଝେଇବି ମୁଁ କେମିତି କହ ତ

ଆଜି ଝୁରି ହୁଏ ଦିନ ରାତି..

ମୋ ମନର ପକ୍ଷୀ ବିରହେ 

ଗାଉଛି ଅଭୁଲା ସେ ପ୍ରେମ ଗୀତି..।


ଚାନ୍ଦିନୀ ରାତିର ସପନେ ହଜିଲି

ଜୀବନେ ଭରିଲା ଅମା ଅନ୍ଧାର

ହଜିଲା ସ୍ମୃତିକୁ ସାଇତି ରଖିଚି

ଭଙ୍ଗା ହୃଦୟରେ ମୋର

ବେଳେ ବେଳେ ତାହା ଯନ୍ତ୍ରଣା ଦେଇ

 ଝରିଯାଏ ହୋଇ ଲୁହ ଧାର.।


ମନେ ଥିଲା ତୋର ଭୁଲିଯିବା ପାଇଁ

ଭାଙ୍ଗିଦେଲୁ ସିନା ସପନ ମୋର

ମୋ ହ୍ରୁଦୟ ଏବେ ମୋତେ କହୁଅଛି

ଭଲ ପାଇବା ଠୁ ଭୁଲି ଯିବା ବଡ଼ କଷ୍ଟ

ତୋ ଖୁସି ପାଇଁ ସେ କଷ୍ଟ ଯିବି ମୁଁ ସହି..

 ସେଥି ପାଇଁ ଟିକେ ଦୁଃଖ ବି ନାହିଁ..।



Rate this content
Log in

Similar oriya poem from Romance