Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Children

4.5  

Gyanendriya Dash

Inspirational Children

କଷ୍ଟ କଲେ କୃଷ୍ଣ ମିଳେ

କଷ୍ଟ କଲେ କୃଷ୍ଣ ମିଳେ

1 min
228



ଝରା ଶେଫାଳୀର ବାସ୍ନା ପାଇବାକୁ

ଅନିଦ୍ରା ରହିବ ରାତି

ଦୂର କରି ହୁଏ ଅମା ଅନ୍ଧକାର

ଜଳୁଥିଲେ ଏକ ବତୀ ।।

ନିତିଦିନ ଶ୍ରମ କରୁଥିଲେ ସିନା

ଫଳ ମିଳିବ ଉତ୍ତମ

ସୁଖ୍ୟାତି ଲଭିବ ସମାଜରେ ପୁଣି

କରୁଥିଲେ ଭଲ କାମ ।।

ମନ ଦେଇ ପାଠ ପଢ଼ିଲେ ମିଳିବ

ପରୀକ୍ଷାରେ ଭଲ ଫଳ

ଗଛଟିର ଯତ୍ନ ନେଲେ ସିନା ହେବ

ହୃଷ୍ଟପୃଷ୍ଟ ପତ୍ର ଡାଳ ।।

ନିଜ ଘରଦ୍ୱାର ରାସ୍ତାଘାଟ ସବୁ

ସଫା ରଖୁଥିବ ସଦା

ସ୍ୱଚ୍ଛ ଭାରତର ନିରିମାଣ ହେବ

ତିଳେ ନାହିଁ ଏଠି ଦ୍ଵିଧା ।।

ମୂଳଦୁଆ ଶକ୍ତ ଥିଲେ ସିନା ହେବ

ସୁଦୃଢ଼ଟି ପକ୍କାଘର

ମିଳିବଟି ସଦା ଅନ୍ନ-ବସ୍ତ୍ର-ବାସ

ପରିଶ୍ରମ ଯଦି କର ।।

ଦୁର୍ନୀତି କୁକର୍ମ ତ୍ୟାଗ କଲେ ସିନା

ସୁମଣିଷ ବୋଲାଇବ

ସ୍ବାସ୍ଥ୍ୟର ଯତନ ନେଲେ ସିନା ସଦା

ସୁସ୍ଥ ନିରୋଗ ରହିବ ।।

ଯେଉଁ କାମ କର ସୁଫଳ ମିଳିବ

ପରିଶ୍ରମୀଟିଏ ହେଲେ

ମନେ ରଖିଥାଅ ଭାଇଭଉଣୀ ମୋ

କଷ୍ଟ କଲେ କୃଷ୍ଣ ମିଳେ ।।

      


Rate this content
Log in

Similar oriya poem from Inspirational