କ୍ଷତାକ୍ତ ପ୍ରେମ
କ୍ଷତାକ୍ତ ପ୍ରେମ
ଝଡ଼ର କରାଳେ ଆଜି ଗାଉଛୁ
ପ୍ରିୟେ , ତୁ ପ୍ରେମ କବିତା
ଆପଣା କ୍ଷୁଧାର ତଳେ ନଉଁଛି
ଦ୍ରୁପ୍ତ ପରିବାର କରତା.....
ନହୁଅ ପର କୁହା ଅସତୀ
ହୋଇଯାଅ ଶ୍ରୀରାଧା
ନମାନି ସତ ଚିରା ଚରିତ
ହୋଇଯିବୁ ଆରାଧ୍ୟା......
ଆପଣା ପଥେ ଆପେ ଚାଲିକି
ଲକ୍ଷ୍ୟ ମନା ହବୁକି?
ଦୁନିଆ ଲାଲସା କୁ ବିକି କି
ଏହା ନାରୀ ପଣ କି?....
ଜାଗର ସ୍ତ୍ରୀ ତ୍ବ,ତୁ ନାରୀ ଗୋ
ଶ୍ରେଷ୍ଠ ମାନବିକତା
ତୋ କଥା ମୁଁ ନୀତି ଭାବଇ
ବିନୟ ରେ ଏ କଥା.....
ସହି, ଏ ଆଦରଶ ବଳେ ଗୋ
କର ପ୍ରେମ ବିହାର
ନ ହେଲେ କ୍ଷତାକ୍ତ ପ୍ରେମ ଏ ଯେ
ତୁମ ନାହିଁ ନିସ୍ତାର.....
ଭଲ ପାଉଅଛି ତୋତେ ସଖୀ
ନିୟମ ସୃଷ୍ଟିର
ଭଲ ପାଇବାରେ କି -ପାପ
ବାହାର ଦୃଷ୍ଟିର.....
ସ୍ନେହ ପାଶେ ନୀତି ସମ୍ପର୍କ
ତୋତେ ନାହିଁ କି ଜଣା
ପ୍ରେମ କୁ କ୍ଷତାକ୍ତ କରିକି
ହେଉ କାହିଁ ଅଜଣା......ll