STORYMIRROR

Sambit Srikumar

Abstract Classics

4  

Sambit Srikumar

Abstract Classics

କ୍ଷମାକର ବୁଦ୍ଧ

କ୍ଷମାକର ବୁଦ୍ଧ

1 min
395


ହେ ତଥାଗତ!

ତୁମେ ତ ଅମ୍ଳାନ ପ୍ରାଜ୍ଞ ପୁରୁଷ ଆଲୋକର ଉତ୍ସ

ଅବତରଣ କରି ଧରାଧାମେ ବୁଦ୍ଧ ଅବତାରେ

ତୁମେ ତ ଦେଖାଇଥିଲ ଦୁନିଆଁକୁ ନିର୍ବାଣର ପଥ

ତୁମେ ତ ବୁଝାଇଥିଲ ଆର୍ଯ୍ୟ ଅଷ୍ଟାଙ୍ଗିକ ମାର୍ଗ l

ତୁମେ ତ ଶିଖାଇଥିଲ ସଭିଙ୍କୁ ସଂଘର ମହତ୍ତ୍ବ

ତୂମେ ତ କହିଥିଲ ସରଳ ସହଜ ଭାଷାରେ

କାମନାର ବିନାଶରେ ହିଁ ହେବ ଦୁଃଖର ବିନାଶ

ଦୁଃଖର ବିନାଶ ଅନ୍ତେ ହେବ ସର୍ବସିଦ୍ଧ ପ୍ରାପ୍ତ l

ତୁମେ ତ କହିଥିଲ ବଜ୍ରକଣ୍ଠେ ସାରା ଦୁନିଆକୁ

ସଂସାରରେ ମାନବୀୟ ଦୁଃଖର ନାନାଦି କାରଣ

ତାହାର ନିରାକରଣ ନିର୍ମୂଳନର ଗୁଢ଼ ଉପାୟ

ଆଜି କାହିଁ ମଣିଷ କିଂକର୍ତ୍ତବ୍ୟବିମୁଢ ନିରୁପାୟ ?

ଅଳିକ କ୍ଷଣିକ ନିମିଷକ କାମନା ବାସନା ଉତ୍ତେଜନା

ସୁଖଲିପ୍ସା ଇନ୍ଦ୍ରିୟ ସମ୍ଭୋଗେ ମଣିଷ ସଦା ମଦମତ୍ତ

ଆଦିମ ପାଶବିକ ପ୍ରବୃତ୍ତିରୁ ନ ମିଳଇ ତିଳେ ନିଷ୍କୃତି

ଘୃଣିତ କାର୍ଯ୍ୟେ ବ୍ଯାପୃତିରୁ ଲଭୁଅଛି ଚରମ ଆତ୍ମତୃପ୍ତି l

ତଥାକଥିତ ଆତ୍ମଘୋଷିତ ସୁବିଧାବାଦୀ ପରାଙ୍ଗପୁଷ୍ଟ

ସାଧୁ ସନ୍ଥ ସନ୍ନ୍ୟାସୀ ବି ନୁହଁନ୍ତି ଏହି ଦୁଷ୍କୃତିରୁ ବିରତ

ମୋହ ମାୟାର ଭ୍ରମରେ କରନ୍ତି ଆଶ୍ରିତ ମତି ଭ୍ରମିତ

ବାରମ୍ବାର ଜନ୍ମ ଲଭି ସାଜିଛନ୍ତି ଅସରା ଦୁଃଖର ବଣିକ l

ପୁନର୍ବାର ପ୍ରଭୁ ଅବତର ହରିବାକୁ ପୃଥିବୀର ପାପଭାର

ଦୀନ ଅରକ୍ଷିତ ଜନେ ବାରେ ଦୟାକର ପ୍ରଭୁ ଦୟାକର

ପଥହୁଡ଼ା ବେସାହାରା ମଣିଷକୁ ଦେଖାଅ ପଥ ଆଲୋକର

କ୍ଷମାକର ପ୍ରଭୁ କ୍ଷମାକର ଦିଗଭ୍ରଷ୍ଟ ଆଶ୍ରିତଙ୍କୁ କ୍ଷମାକର ll



Rate this content
Log in

Similar oriya poem from Abstract