STORYMIRROR

Sumitra Nayak

Abstract Classics Inspirational

3  

Sumitra Nayak

Abstract Classics Inspirational

କ୍ଷମା

କ୍ଷମା

1 min
271


ଅଜ୍ଞାନତା ପୂର୍ଣ୍ଣ           ନିର୍ବୋଧତାରେ ମୁଁ

           କରିଅଛି ଯେଉଁ କର୍ମ...'

କ୍ଷମା ପାର୍ଥି ମୁହିଁ          ମଣୁ ଅଛି କ୍ଷମା

           କର ପ୍ରାର୍ଥନା ମୋ ପୂର୍ଣ୍ଣ.... ।।

ଅଜ୍ଞାନତା ଏହି             ମଣିଷ ମନ ରେ

         ମୋହ ଭାବ ଧସି ହୋଇ...'

ଯାହା ମୁଁ କରଇ            ଯାହା ମୁଁ ଚିନ୍ତଇ

          ଦୂରୀଭୂତ କର ସାଇଁ.....।।

ଜୀବନର କାଳ            ମଧ୍ୟ ଦେଇ ଯେତେ

           ଯେତେ ଭୁଲ୍ ମୁଁ କରେ....'

ଅନୁତପ୍ତ ଆଜି               ମୋର ମନ ସ୍ଥିତି

           କ୍ଷମାର କରୁଣା ଲୋଡ଼େ...... ।।

ସହୃଦୟେ ପ୍ରଭୁ             କରିଦେବ କ୍ଷମା

          ଦୋଷ ମୋ ସବୁ ପାସୋରି....'

ଅଜ୍ଞାନତା ପଟି              ନୟନେ ମୋ ବନ୍ଧା

         ଫିଟାଇ ଦିଅ ନିସ୍ତାରି..... ।।

ମୋହମାୟା ଏହି          ସଂସାରେ ମୁଁ ଆସି

         କର୍ତ୍ତବ୍ଯ ପାସୋରି ଗଲି....'

ତୁମ ପାଦେ ମୁହିଁ            ସମର୍ପିତ ପ୍ରଭୁ

       ଆଶିଷ ମୁଁ ଲୋଡେ ବୋଲି..... ।।

କରୁଣା ବରଷା             ବରଷାଇ ଦେଇ

           ଅଜ୍ଞାନତା ଦୂର କର ....'

ସତ୍ ପଥରେ ମୁଁ          ଅଗ୍ରଗତି ପାଇଁ

           ମୋର ହସ୍ତକୁ ଯେ ଧର....।।

ଚଳାଇ ନିଅ ହେ            ଅନ୍ତ ଯାଏ ମୋର

         ତୁମ ଦର୍ଶାଇବା ପଥେ....'

ତୁମ ପୟ ଚିହ୍ନ              ଚିହ୍ନି କରି ମୁହିଁ

         ଚାଲିଯିବ ଆସ୍ତେ ଆସ୍ତେ..... ।।

ଅବୋଧ ନିର୍ବୋଧ            ଲୋଡି ମୋତେ ପ୍ରଭୁ

         ଦିଗଦର୍ଶକ ମୋ ସାଜ.....'

କିମ୍ପାଇଁ ନିଷ୍ଠୁର                ହେଉଅଛ ପ୍ରଭୁ

         କରୁଣା ମୟ ଯେ ସାଜ..... ।।

ଗର୍ବ ଭାବ ଅବା             ପ୍ରତିହିଂସା ମନେ

            ଯେଉଁ ତୁଚ୍ଛ ଭାବ ଜଳେ....'

ଜାଳି କର ତାକୁ              ଅଙ୍ଗାର ସମକ୍ଷ

            ନିରିମଳ ହୃଦ ଚଳେ..... ।।

କ୍ଷୁଦ୍ର ଅବା ବଡ                 ଯେଉଁ ଦୋଷ ଥିବ

            କ୍ଷମାର ମୁଁ ଅଟେ ପାର୍ଥି.....'

କ୍ଷମାର ସାଗର                 ଆହେ କୃପା ବର

             କ୍ଷମା ଦବ ଅବା ଶାସ୍ତି.... ।।

ସବୁକୁ ଆଦରି                    ନେଇଯିବି ପ୍ରଭୁ

             ତୁମ ପ୍ରସାଦ ମୁଁ ମନି....'

ଭାବି ନେବି ଏହି              ତୁମରି ଯେ ଇଚ୍ଛା

           ଫେରୁଛି ସାଷ୍ଟାଙ୍ଗ ଘେନି.... ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract