Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

କ୍ଷମା ପରାୟଣ ଦେବତା ସମାନ

କ୍ଷମା ପରାୟଣ ଦେବତା ସମାନ

1 min
296



ଦେବତାଙ୍କ ଗୁଣ ସଭିଏଁ ଜାଣନ୍ତି

କରନ୍ତି ସଭିଙ୍କ ହିତ ,

ସବୁ ଦେବତାଙ୍କ ଆୟତ୍ତରେ ଅଛି

ଆମ ଏ ସାରା ଜଗତ ।

ଭିନ୍ନ ଭିନ୍ନ ଦେବ ଭିନ୍ନ କାର୍ଯ୍ୟ ଲାଗି

ହୋଇଛନ୍ତି ନିୟୋଜନ ,

ବ୍ରହ୍ମାଣ୍ଡ କରତା ଯେପରି ଚାହାଁନ୍ତି

କରନ୍ତି ସେ କାର୍ଯ୍ୟମାନ ।

ଅଭୟ ଶୁଦ୍ଧ ଅନ୍ତଃକରଣ ଜ୍ଞାନ

ଯୋଗରେ ଯା' ଦୃଢ ସ୍ଥିତି ,

ଦାନ ଦମ ଯଜ୍ଞ ସ୍ୱାଧ୍ୟାୟ ତପ

ଆର୍ଜବ ଆଦି ଆଚରନ୍ତି ।

ଅହିଂସା ସତ୍ଯ ଅକ୍ରୋଧୀ ସାଂସାରିକ

କାମନା ନଥାଏ ଯା'ର ,

ଅନ୍ତଃକରଣ ରାଗ ଦ୍ୱେଷ ରହିତ

ନହୁଏ କେବେ ଅସ୍ଥିର ।

ଚୁଗୁଲି ନକରି ପ୍ରାଣୀ ପ୍ରତି ଦୟା

ଅନାସକ୍ତ ବିଷୟରେ  ,

ଅନ୍ତଃକରଣର କୋମଳତା

ଅକର୍ତ୍ତବ୍ୟ କାର୍ଯ୍ୟେ ଲଜ୍ଜ୍ୟା କରେ ।

ଅଚପଳତା ପ୍ରଭାବ କ୍ଷମା ଧୈର୍ଯ୍ଯ

ଶାରୀରିକ ଶୁଦ୍ଧି ଯା'ର ,

ନିର୍ବୈର ଭାବ ସମ୍ମାନ ଯେ ନ ଚାହେଁ

ଦେବତା ସମ ଏ ନର ।

ଦଣ୍ଡ ଦେବା ଶକ୍ତି ରହିଛି ଯାହାର

ହେଲେ କ୍ଷମା ପରାୟଣ ,

ଦେବତା ସମାନ ଅଟଇ ସେ ନର

ଏକଥା ମନକୁ ଆଣ  ।

କ୍ଷମାର ସାଗର ଅଟନ୍ତି ଶ୍ରୀହରି

କ୍ଷମାନିଧି ତାଙ୍କ ନାମ ,

ଦିଅନ୍ତି ବତାନ୍ତି ଦେବତା ବୋଲାନ୍ତି

ବୋଲାନ୍ତି ପୁରୁଷୋତ୍ତମ।


Rate this content
Log in

Similar oriya poem from Inspirational