କ୍ଷୀରାବ୍ଧି ତନୟା
କ୍ଷୀରାବ୍ଧି ତନୟା
ଜୟ ଜୟ ମହାଲକ୍ଷ୍ମୀ କ୍ଷୀରାବ୍ଧି ତନୟା
ଜୟ ଜୟ ପଦ୍ମାସନି ଶ୍ରୀ ବିଷ୍ଣୁଙ୍କ ଜାୟା
ସାଗର ମନ୍ଥନ କାଳେ ହୋଇଲୁ ଉଦ୍ଭବ
ବରଣ କରିଲୁ ମାତା ତୁହି ଶ୍ରୀ ମାଧବ।।
ବୈକୁଣ୍ଠେ ବୈକୁଣ୍ଠ ଲକ୍ଷ୍ମୀ ଗୃହେ ଗୃହ ଲକ୍ଷ୍ମୀ
ରାଜ ଗୃହେ ବୋଲାଉ ମାଆ ତୁହି ରାଜ ଲକ୍ଷ୍ମୀ।
ଭକତି ବିଶ୍ୱାସେ ତୋତେ ପୂଜେ ଯେଉଁ ଜନ
ଧନ ଜନ ଗୋପ ଲକ୍ଷ୍ମୀ କରୁ ପରିପୂର୍ଣ।
ମହାଲକ୍ଷ୍ମୀ ତୋ ଦୟା ରେ ଦୂବ ହୁଏ ଦାରୁ
ସଙ୍କଟ ସମୟେ ମାଗୋ ଦୁଃଖିଙ୍କୁ ଉଦ୍ଧାରୁ।
ନଳ ରାଜାଙ୍କୁ ତୁ ମାତା ସଦୟ ହୋଇଲୁ
ଶନିଙ୍କ କୋପରୁ ମାଗୋ ତାଙ୍କୁ ଉଦ୍ଧରିଲୁ।
ଜାତି ଭେଦାଭେଦ ଭାବ ନାହିଁ ତୋ ପାଖରେ
ତୋ ସମ ଜନନୀ ନାହିଁ ଏ ସାରା ସଂସାରେ।
ଶ୍ରୀୟା ଚଣ୍ଡାଳୁଣୀ ତୋତେ ଭକ୍ତି ରେ ପୁଜିଲା
ଧନ ଅଇସୂର୍ଯ୍ୟ ପୁଣି ପୁତ୍ରବତୀ ହେଲା।
ସାଗର ଦୂଲ୍ଲ ଣୀ ମାଗୋ ଅଭୟଦାୟିନୀ
ତୋ ପାଦ ପଦ୍ମ ରେ ମୋର ଏତିକି ଦୟିନୀ।
ଦୟା ରଖିଥିବୁ ସଦା ଏ ଅଧମ ପରେ
ତୋର ପାଦପଦ୍ମସେବି ଏ ସଂସାରୁ ତରେ।