STORYMIRROR

Kalandi pal

Inspirational

3  

Kalandi pal

Inspirational

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
154


ଭାବର ପ୍ରକାଶ      ଭବନାରୁ ଜାତ

     ଭଲ ମନ୍ଦର ପ୍ରତୀକ

ଶୁଦ୍ଧ ଭାବନାରେ   ମୁଖେ ତେଜ ଭରେ 

     ଜୀବନ ହୁଏ ସାତ୍ତ୍ୱିକ।।


ଅସ୍ଥିର ଭାବନା     ଭାଗ୍ୟେ ବିଡମ୍ବନା 

     ଚିତ୍ତେ ଅସ୍ଥିରତା ଆସେ

ବୁଝି ପାରେ ନାହିଁ     ଭଲ ମନ୍ଦ ସେହି 

     କେତେ ଭୁଲ କରି ବସେ।।


ବୃଥା ଭାବନାରେ     ଆନନ୍ଦ କି ମିଳେ

     ଜ୍ଞାନେ ହୁଏ ଅନ୍ତରାୟ

ଜ୍ଞାନ ଶୂନ୍ୟ ହୋଇ      ନିଜକୁ ହଜାଇ

     ରଚେ ନାନା ଦୁର୍ବିସହ।।


ଖୋଜିଲେ ମିଳେନି   ଖୋଜଇ ଅଜ୍ଞାନୀ 

      ଭାବନାର ନାହିଁ ଅନ୍ତ

ଭାବନା ଭବିଷ୍ୟ       ଦୂରରୁ ନମସ୍ୟ

       କରିଥାନ୍ତି ଗୁଣବନ୍ତ ।।


ବୋହିଗଲା ପାଣି     ନ ଆସେ ଉଜାଣି

       ଅତୀତେ ଘଟିଛି ଯାହା

ଭାବନାରେ ତହିଁ      ସ୍ଥାନ ଦିଅ ନାହିଁ

       କଳୁଷିତ କରେ ତାହା।।


ଆଜିର ଚିନ୍ତନ       କର ବର୍ତ୍ତମାନ

       ଭବିଷ୍ୟତ କେ ଦେଖିଛି

ଭାବନାରେ ସ୍ଥାନ     ଦିଅ ବର୍ତ୍ତମାନ

       ସମସ୍ୟାକୁ ବାଛି ବାଛି।।


ମନ ସ୍ଥିରତାରେ     ଅନ୍ତରାୟ ଭରେ

       ଅସ୍ଥିର ଭାବନା ମାନ

କିଛି ଲାଭ ନାହିଁ     ଭାବି ଭାବି ସେହି

       ପୁନର ମୂଷିକ ଜନ୍ମ।।



Rate this content
Log in

Similar oriya poem from Inspirational