କ୍ଷେପଣାସ୍ତ୍ର ମନୁଷ୍ୟ
କ୍ଷେପଣାସ୍ତ୍ର ମନୁଷ୍ୟ


ସରଳ ସୁନ୍ଦର ବଚନ ମଧୁର
ଦିନେ ସ୍ବପ୍ନ ଦେଖେ ଯିଏ l
ହାର ଯେ ମାନିବା ଶିଖିନାହିଁ ସିଏ
ସଂଘର୍ଷ ସଂଗ୍ରାମେ ଜୀଏଁ ll
ଶ୍ରେଣୀ କକ୍ଷେ ଶେଷେ ବସିଣ ସେ କଷେ
ଦେଖେ ବହୁ ବଡ ସ୍ବପ୍ନ l
ଜ୍ଞାନ ଯେ ଏକାଠି ପରିଶ୍ରମ ନିତି
କରୁଥିଲା ଯେ କଠିନ ll
ଜୀବନ ଏମିତି ଜୀଇଁ ବାକୁ ନିତି
କହୁଥିଲେ ଭାଇ ସର୍ବେ l
ଜୀବନ ସମାପ୍ତ ହେଲେ ବି ତ ଲୋକ
ତୁମକୁ ମନେ କରିବେ ll
ଗରିବ ଗୃହରେ ଜନମି ବି ସିଏ
ସଚ୍ଚୋଟତା ଯାର ଗୁଣ l
ଖବର କାଗଜ ପିଲାଟି ଦିନରୁ
ରାସ୍ତେ ପଢି ବିକେ ଜାଣ ll
ଛୋଟ ସ୍ବପ୍ନ ପାପ ବଡ ସ୍ବପ୍ନ ଦେଖ
ଆଳସ୍ୟକୁ ସଦା ହାର l
ନିଦ ନିନ୍ଦା ଉପେ ବିଜୟ ଯେ କରେ
ବିଜୟ ନିଶ୍ଚିତ ତାର ll
କ୍ଷେପଣାସ୍ତ୍ର ନର କରି କ୍ଷେପଣାସ୍ତ୍ର
ଉଡ଼ାଇଲେ ମହାକାଶ l
ପ୍ରଥମେ ହାରିଣ ଜିତିଲେ ସେ ଜାଣ
ରଖିଲେ ଟେକ ସ୍ଵଦେଶ ll
ସଫଳତା ପରିଚାଳନା ସଭିଏଁ
ପାରିବେ ସର୍ବେ କରିଯେ l
ବିଫଳତା ପରିଚାଳନା ଶିଖିଲେ
ଧବନଙ୍କ ଠୁ ଏ ପି ଜେ ll
ବିଫଳ ହୋଇଲେ
ପଥ ପ୍ରଦର୍ଶକ
ନିଜ ମୁଣ୍ଡେ ନିଏ ଦୋଷ l
ସଫଳ ହୋଇଲେ ଶ୍ରେୟ ଦିଏ ଦଳେ
ସିଏ ପଥ ପ୍ରଦର୍ଶକ ll
ଶିକ୍ଷକତା ତାଙ୍କ ପ୍ରିୟ କାର୍ଯ୍ୟ ଜାଣ
କରୁଥିଲେ ଶିକ୍ଷା ଦାନ l
ଦେଶର ନୂତନ ପିଢ଼ି ଗଢିବାକୁ
ସଂକଳ୍ପ ଥିଲା ଯେ ମନ ll
ରାଜନୀତି ପଦ ମନା କରିଥିଲେ
ଯିଏ ମନ୍ତ୍ରୀ ଅଟଳଙ୍କୁ l
ଅଟଳଙ୍କ ଅନୁରୋଧ କ୍ରମେ ଘଣ୍ଟେ
ମାଗିଲେ ଏ ପି ଜେ ତାଙ୍କୁ ll
ହେଲା ଅଭିଷେକ ରାଷ୍ଟ୍ରପତି ପାଇଁ
ନିମନ୍ତ୍ରଣ ହେଲା ବନ୍ଧୁ l
ମୋଚି,ଢ଼ାବାଵାଲା ଅତିଥି ହୋଇଲେ
ଏ ପି ଜେ ଙ୍କ ଦୁଇ ବନ୍ଧୁ ll
ଅନେକ ହୋଇଲେ ରାଷ୍ଟ୍ରପତି ଭାଇ
ଜିନିଷ ନିଏ ସେ ଗାଡି l
ଛାଡିଲା ସମୟେ ପୁଣି ସିଏ ଆଣେ
ଜିନିଷ ଗାଡ଼ିରେ ଭିଡି ll
ପ୍ରବେଶ ସମୟେ ଦୁଇ ସୁଟକେଶ
ନେଇ ଥିଲେ ଯେ କାଲାମ l
ଫେରିବା ସମୟେ ପୁଣି ସେଇ ଦୁଇ
ଆଣିଥିଲେ ଯେ କାଲାମ ll
ନର ପଶୁ ପକ୍ଷୀ ନିଚ ଉଚ୍ଚ ଜାତି
ସଭିଙ୍କୁ ଦେଖନ୍ତି ସମ l
ଗୀତାରୁ କୋରାନ ପଢୁଥଲେ ଜାଣ
ବୁଝନ୍ତି ମାନବ ଧର୍ମ ll
ମାନବିକତାର ମୂର୍ତ୍ତିମନ୍ତ ତୁମେ
ଭାରତ ମାଆର ଗର୍ବ l
ସୁଯୋଗ୍ୟ ସନ୍ତାନ ତୁମେତ କାଲାମ
ନମସ୍ୟ ତୁମେତ ସର୍ବ ll