STORYMIRROR

Kalandi pal

Inspirational

3  

Kalandi pal

Inspirational

କରୁଛୁ ଗୁହାରି

କରୁଛୁ ଗୁହାରି

1 min
190


ବାଜୁଛି ଡିଜେ      ଚେତା ମୋ ହଜେ

     ପୁରରୁ ପଲ୍ଲୀ ଦୁମକେ

ସହର ସାରା       ଆଲୋକ ମାଳା

    ଝଲ୍ ମଲ୍ ହୋଇ ଝଲକେ.।


ଆସିବେ ପ୍ରଭୁ       ଶ୍ରୀ ଗଜାନନ

    ମୂଷିକ ବାହନ ଚଢ଼ି

ମଣ୍ଡପେ ବସି      ପାଇବେ ପୂଜା

    ସୁସ୍ୱାଦୁ ଭୋଗକୁ ବାଢି

ମେଲୋଡି ସ୍ଵନ ନାଚ ତାନ ମାନ

ହୋଇବେ ପ୍ରସନ୍ନ ଦେଖି ଗଜାନନ

     ଉର୍ବଶୀ ରମ୍ଭା ପଲକେ.।


ଦମଦାର ଏଠି   ଭସାଣୀ ପର୍ବଟି

    ପକେଟୁ ଟଙ୍କା ଯାଏନି

ପ୍ରଭୁ ନିରାମିଷ    ଭକ୍ତଙ୍କ ଆଇଁଷ

    ଦାରୁ ନ ହେଲେ ଚଳେନି

କରିବନି ରୋଷ ପ୍ରଭୁ ଗଣନାଥ

କରୁଛୁ ଗୁହାରି ଯୋଡ଼ି ବେନି ହାତ

     ଆସୁଥିବ ବରଷକେ ।


    


Rate this content
Log in

Similar oriya poem from Inspirational