Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahendra Kumar Swain

Tragedy Classics

4  

Mahendra Kumar Swain

Tragedy Classics

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
589



କର୍ତ୍ତବ୍ୟ ଏମିତି କଥା ଜୀବନରେ

ସବୁବେଳେ ରହିଥାଏ

ସେହି କର୍ତ୍ତବ୍ୟକୁ ପାଳନ ପାଇଁ କି

ଜୀବନ ତ ବିତିଥାଏ ।


କର୍ତ୍ତବ୍ୟ ଠାରୁ ଯେ ଜୀବନେ ଯେ କେବେ

ଦୁରେଇ ଯେ ଯିବ ନାହିଁ

କର୍ତ୍ତବ୍ୟ ଠିକରେ ପାଳନ କରିଲେ

ମଣିଷ ହୋଇବ ତହିଁ ।


ବାପା ମାଆ ତାଙ୍କ କର୍ତ୍ତବ୍ୟ କରିଲେ

ଦୁନିଆରେ ବଢାଇଲେ

ବୃଦ୍ଧ ସମୟରେ ତାଙ୍କ ଯତ୍ନ ନେବା

କଥା ଆମେ ଭୁଲିଗଲେ ।


ସେହି ଯେ ହେଉଛି ଆମର କର୍ତ୍ତବ୍ୟ

ଆମେ ଆଜି କରୁନାହେଁ

ଜୀବନର ଆମ ପରମ କର୍ତ୍ତବ୍ୟ

ପାଳନ ତ କରୁନାହେଁ ।


ଛୋଟ ବୟସରେ ପାଠ ପଢା ଆମ

କର୍ତ୍ତବ୍ୟ ଯେ ହେବା କଥା

ପାଠ ପଢା କିନ୍ତୁ ଆମ ପାଇଁ ଆଜି

ହେଉଅଛି ବଡ଼ ବ୍ୟଥା ।


ଯୁବ ବୟସରେ ପରିବାର ପ୍ରତି

କର୍ତ୍ତବ୍ୟ ଯେ ବଢ଼ିଥାଏ

ନୂଆ ନୂଆ ରୂପେ ନାନା ଦାଇତ୍ୱ ଯେ

ଉପରକୁ ଆସିଥାଏ ।


ଭଉଣୀ ବିବାହ ଭାଇଙ୍କ ଦାଇତ୍ୱ

ସବୁ କର୍ତ୍ତବ୍ୟ ଯେ ଆସେ

ଆସ୍ତେ ଆସ୍ତେ କରି କର୍ତ୍ତବ୍ୟ ନଦୀରେ

ଜୀବନ ଆମର ଭାସେ ।


ଜୀବନ ସହିତ କର୍ତ୍ତବ୍ୟ ଆମର

ଯୋଡି ହୋଇ ରହିଅଛି

ଆସ୍ତେ ଆସ୍ତେ କରି ଜୀବନ ସହିତ

କର୍ତ୍ତବ୍ୟ ଯେ ବଢ଼ୁଅଛି ।


ସବୁ କର୍ତ୍ତବ୍ୟ ଯେ ଠିକରେ କରିଲେ

ଅସୁବିଧା ହୁଏ ନାହିଁ

ଯିଏ ଜୀବନକୁ ଚଳାଇ ପାରେନି

ଦୁଃଖରେ ରହେ ସେ ତହିଁ ।


ବାପା ମାଆଙ୍କୁ ଯେ ସେବା ଦେଉଥିବା

ସେଇ ତ କର୍ତ୍ତବ୍ୟ ଆମ

ତାଙ୍କ ସେବା ନୀତି କରୁଥିଲେ ଆମ

ହୋଇବ ଜୀବନ ଆମ ।


ସବୁ କର୍ତ୍ତବ୍ୟକୁ ସୁଚାରୁ ରୂପରେ

ଜୀବନରେ କରୁଥିବ

ସେ ମଣିଷ ଯେ ଖୁସିରେ ରହିବ

ଅସୁବିଧା ନ ହୋଇବ ।


Rate this content
Log in

Similar oriya poem from Tragedy